ପ୍ଲାଟଫର୍ମ ଟିକେଟ୍ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ର ଦାବି

ପ୍ଲାଟଫର୍ମ ଟିକେଟ୍ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ର ଦାବି

ଓଡିଶା ମହାନଗର ରାଜ୍ୟ

#ପ୍ଲାଟଫର୍ମ_ଟିକେଟ୍_ଦରବୃଦ୍ଧି_ପ୍ରତ୍ୟାହାର_କରିବାକୁ _ଦାବି     ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟକୁ ହଠାତ୍ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । କରୋନା ଭାଇରସ୍ ଆତଙ୍କ ଯୋଗୁଁ ରେଳ ଷ୍ଟେସନ୍ ଗୁଡ଼ିକରେ ଅସମ୍ଭବ ଭିଡ଼ ହେଉଛି । ଲୋକଙ୍କ ଭିଡ଼କୁ କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି । ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ନିନ୍ଦା କରିବା ସହିତ ଏହି ଟିକେଟ୍ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।

ଭିଡ଼ ଆଡ଼େଇବା ଆଳ ଦେଖାଇ କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ଭଦ୍ରକ, ରାୟଗଡ଼ା, ବିଜୟନଗରମ୍, ଶ୍ରୀକାକୁଲମ୍ ଓ ବିଶାଖାପାଟଣା ଭଳି ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନ ଗୁଡ଼ିକରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହା ଫଳରେ ରେଳବାଇ ଟିକେଟ୍ ଫେରସ୍ତ ଜନିତ କ୍ଷତିକୁ ଭରଣା କରିବା ପାଇଁ ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ବୋଝ ଲଦି ଦେଇଛି । ରେଳମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହି ପ୍ଲାଟଫମ ଟିକେଟ୍ ଭଡ଼ା ପୂର୍ବଭଳି ୫୦ ଟଙ୍କାରୁ କମାଇ ୧୦ ଟଙ୍କା ରଖିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।