ଶୁଖୁଆ ନାଁରେ ବିକା ହେଉଛି ବିଷ , ଖାଇଲେ ହେଉଛି କ୍ୟାନସର !

#ଶୁଖୁଆ_ଖାଇଲେ_ହେଉଛି_କ୍ୟାନସର ପାରାଦୀପ : ଶୁଖୁଆ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ । ପଖାଳ କଂସା ସାଙ୍ଗକୁ ଶୁଖୁଆର ଯୋଡ଼ି ବେଶ ଜମେ । କେବଳ ଗରିବ ଗୁରୁବା ନୁହନ୍ତି ଶୁଖୁଆ ପ୍ରତି  ବଡ଼ ବଡ଼ ଲୋକଙ୍କର ବି ଦୁର୍ବଳତା ରହିଛି ।  ଭଲ ଶୁଖୁଆ ଖଣ୍ଡେ ପାଇଗଲେ ମାଛ, ମଟନ, ଚିକେନ୍‌ ସାଥି ମଧ୍ୟ ଛାଡି ଦିଅନ୍ତି । ଆମ ରାଜ୍ୟରେ ଶୁଖୁଆର ଚାହିଦାକୁ  ପାରାଦୀପ ଠାରୁ ପୁରୀ, ବାଣପୁର ଓ  ବାଲେଶ୍ବର ସବୁଠି […]

Continue Reading

୧୨ କୋଟି ଟଙ୍କାର ଲଟେରି ଜିତିଲେ ଶ୍ରମିକ

#୧୨_ କୋଟି_ ଟଙ୍କାର_ ଲଟେରି_ ଜିତିଲେ_ ଶ୍ରମିକ   କନ୍ନୁର: ଫେବ୍ରୁଆରୀ ୧୦ ତାରିଖରେ ଅନୁଷ୍ଠିତ ‘କେରଳ ନିୟୁ ଇୟର୍‌-କ୍ରିସ୍‌ମାସ୍‌ ବମ୍ପର୍‌’ ଲଟେରି ଉଠାଣରେ କେରଳର କନ୍ନୁର ଜିଲ୍ଲାର ଜଣେ ଶ୍ରମିକ ୧୨ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିଣିଛନ୍ତି। ଶ୍ରମିକଜଣକ ହେଉଛନ୍ତି ତୋଲାମ୍ବରସ୍ଥିତ ପୁରଲିମାଲା କୌତାଚଳ କୁରିଚିଆ କଲୋନିର ୫୮ ବର୍ଷିୟ ପେରୁନ୍ନୋନ୍‌ ରାଜନ। ଟିକସ୍‌ କଟିଯିବା ପରେ ତାଙ୍କୁ ୭. ୨ କୋଟି ଟଙ୍କା ମିଳିବ। ଦିନ ମଜୁରିଆ ଭାବେ ଏଣୁତେଣୁ କାମ କରି […]

Continue Reading

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ନୂଆଦିଲ୍ଲୀ  : ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର ଏକ କମ୍ପାନୀ ଏହି କାମ କରିଛି। ନୋଭା ସ୍କୋଟିଆ ଅଞ୍ଚଳର ହାଲିଫାକ୍ସରେ ପ୍ରାୟ ୮୦ ପ୍ରତିଶତ ପ୍ଲାଷ୍ଟିକୁ ରିସାକ୍ଲି କରିଛି ଏକ କମ୍ପାନୀ। ଗୁଡଉଡ୍‌ ନାମକ ଏହି କମ୍ପାନୀ ଏବେ ପ୍ଲାଷ୍ଟିକୁ କାଠଭଳି […]

Continue Reading

ମୟୂରଭଞ୍ଜର ଟୁସୁ ପର୍ବ

ବାରିପଦା  : ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। […]

Continue Reading

ବରଗଡ଼ ଧନୁଯାତ୍ରା ଉଦ୍‌ଯାପିତ: ଭଣଜା ହାତରେ ମଲା ମାମୁଁ କଂସ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ। ଆଜି ଯାତ୍ରା ସରିବା ପରେ କଂସ […]

Continue Reading