ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ଦେଶ -ବିଦେଶ ଫୁରସତ ବଡ ଖବର ବିଶେଷ

ନୂଆଦିଲ୍ଲୀ  : ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର ଏକ କମ୍ପାନୀ ଏହି କାମ କରିଛି। ନୋଭା ସ୍କୋଟିଆ ଅଞ୍ଚଳର ହାଲିଫାକ୍ସରେ ପ୍ରାୟ ୮୦ ପ୍ରତିଶତ ପ୍ଲାଷ୍ଟିକୁ ରିସାକ୍ଲି କରିଛି ଏକ କମ୍ପାନୀ। ଗୁଡଉଡ୍‌ ନାମକ ଏହି କମ୍ପାନୀ ଏବେ ପ୍ଲାଷ୍ଟିକୁ କାଠଭଳି ରୂପ ଦେଉଛି। ଯାହାର ବ୍ୟବହାର କୋଠା ନିର୍ମାଣରେ ବ୍ୟବହାର କରାଯାଉଛି। କାଠଭଳି ଏଥିରେ ଡ୍ରିଲ୍‌ କରିହେଉଥିବା କୁହାଯାଉଛି।

ହାଲିଫାକ୍ସର ରାଜନେତା କମ୍ପାନୀର ଏହି କାମରେ ଖୁସି ବ୍ୟକ୍ତ କରିଛନ୍ତି। ଏହା କେବଳ ଯେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣକୁ କମ୍‌ କରୁଛି ତା’ନୁହେଁ ବରଂ ଗଛ କାଟିକାବୁ ମଧ୍ୟ କମ୍‌ କରିପାରିଛି ବୋଲି ସ୍ଥାନୀୟ ରାଜନେତା କହିଛନ୍ତି। ଗତବର୍ଷ ଡିସେମ୍ବରରେ ଏହି କମ୍ପାନୀ ନିଜର ନାଁ ଗୁଡଉଡ୍‌ ରଖିଛି। ଏହି କମ୍ପାନୀ ସୋବୋ ଗ୍ରୋସରୀ ଷ୍ଟୋର ସହ ମିଶି ଏମିତି ଏକ ପାର୍କିଂ ଏରିଆ ପ୍ରସ୍ତୁତ କରିଥିଲା ଯାହା ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କରାଯାଇଥିଲା। କମ୍ପାନୀର ଅଧ୍ୟକ୍ଷ ମାଇକ ଚୌସି କୁହନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ପାରିବ ନାହିଁ। ହେଲେ ଏଥିରେ ପାର୍କର ବେଞ୍ଚ, ପିକନିକ ଟେବୁଲ ଭଳି କିଛି ଜିନିଷ ପ୍ରସ୍ତୁତ କରି କିଛିଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।