ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

#ସିଏଏକୁ_ନେଇ_ଜଳୁଛି_ଦିଲ୍ଲୀ,_ମୃତ୍ୟୁସଂଖ୍ୟା_୭କୁ_ବଢ଼ିଲା  ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଜାରି ରହିଛି। ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା  ଭୟଙ୍କର ରୂପ ନେଇଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ ୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ କନଷ୍ଟେବଲ ରହିଛନ୍ତି। ଏବେ ବି ୯୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ […]

Continue Reading

ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର

ପ୍ରାକୃତିକ ଶୋଭାରାଜିରେ ଭରପୂର ଓଡ଼ିଶା ଦେଶବିଦେଶର ପର୍ଯ୍ୟଟକଙ୍କୁ କାଳେ କାଳେ ଆକୃଷ୍ଟ କରି ଆସିଛି। କେଉଁଠି ଘଞ୍ଚ ଜଙ୍ଗଲ ମଧ୍ୟରେ ମନଲୋଭା ଜଳ ପ୍ରପାତ ତାର ସୌନ୍ଦର୍ଯ୍ୟରେ ଜନମାନସକୁ ଆକୃଷ୍ଟ କରୁଛିତ ଆଉ କେଉଁଠି  ଏହି ପ୍ରାକୃତିକ ଶୋଭାରାଜି ମଧ୍ୟରେ ଦେବା-ଦେବୀଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରିଛି ।ଏମିତି ଶହ ଶହ ପର୍ଯ୍ୟଟନସ୍ଥଳୀ ଏବେବି ଅନାଲୋଚିତ ହୋଇ ରହିଛି । ସେହିଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ […]

Continue Reading

ମୟୂରଭଞ୍ଜର ଟୁସୁ ପର୍ବ

ବାରିପଦା  : ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। […]

Continue Reading

କୂଅରେ ଗଳି ପଡ଼ିଲେ ୩ ସାଙ୍ଗ

ବ୍ରହ୍ମପୁର: ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍‌ ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି। ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ […]

Continue Reading

ରାଶିଫଳ

ମେଷ -ନିଜକାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ସ୍ୱଳ୍ପ ଆୟହେବାର ସୂଚନା ମିଳୁଛି। ଅସୁସ୍ଥ ରହିବେ। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବୃଷ– ଧନଲାଭର ସୂଚନା ମିଳୁଛି।କର୍ମଚଞ୍ଚଳ ହେବେ।କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନରହିବ।ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ମିଥୁନ – ବିବାଦୀୟ ଘଟଣାରେ ବିଜୟୀ ହେବେ।ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। କର୍କଟ–କାର୍ଯ୍ୟରେ ଆଂଶିକ ସଫଳତା […]

Continue Reading

କୁମାରୀତ୍ବ’କୁ ଗୁରୁତ୍ବ ଦିଅନ୍ତି ୫୩% ଭାରତୀୟ

ଦେଶରେ ଯୌନ ଉପକରଣ ବ୍ୟବହାରରେ ଭୁବନେଶ୍ବର  ଦ୍ବିତୀୟ ନୂଆଦିଲ୍ଲୀ: ଭାରତୀୟ ସମାଜରେ ଯୌନ ଜୀବନକୁ ନେଇ  ଚିନ୍ତାଧାରା, ମାନସିକତା ଓ ଦୃଷ୍ଟଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟିଥିଲେ ସୁଦ୍ଧା ଏବେ ବି ଯୌନ ଜୀବନକୁ ନେଇ ବହୁ ମାତ୍ରାରେ ରକ୍ଷଣଶୀଳ ହୋଇ ରହିଛି ଭାରତୀୟ ସମାଜ। ଏବେ ବି ୫୩ ପ୍ରତିଶତ ଭାରତୀୟଙ୍କ ପାଇଁ ସେମାନଙ୍କ ସାଥୀଙ୍କ କୁମାରୀତ୍ବ (ଭର୍ଜିନିଟି) ଗୁରୁତ୍ବପୂର୍ଣ୍ଣ ହୋଇ ରହିଛି। ସେହିପରି, ୮୯ ପ୍ରତିଶତ ଭାରତୀୟ ସେମାନଙ୍କ ଯୌନକ୍ରିୟା କାଳର କୌଣସି ପ୍ରକାରର ଚିତ୍ର […]

Continue Reading

ଦିଲ୍ଲୀରେ ବାୟୁପ୍ରଦୂଷଣ ଉତ୍କଟ, ଶୁକ୍ରବାର ବଣ୍ଟାଯିବ ୫୦ ଲକ୍ଷ ମାସ୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ବିପଦଜନକ ସ୍ଥିତିରେ ପହଞ୍ଚିଯାଇଛି। ଦିଲ୍ଲୀର ବାୟୁ ଗୁଣ ସୂଚକାଙ୍କ (କ୍ୟୁଆଇ)ଗତ ବୁଧବାର ମଧ୍ୟାହ୍ନରେ ଦ୍ରୁତ ପରିବର୍ତ୍ତିତ ହୋଇଥିଲା। ଯାହା ଆଉ ନିୟନ୍ତ୍ରଣକୁ ଆସିପାରୁନି। ଦୀପାବଳି ପରେ ବାୟୁର ବେଗ ହ୍ରାସ ଯୋଗୁ ସହରରେ ଏପରି ଅବସ୍ଥା ଉପୁଜିଥିବା ବେଳେ ଦିଲ୍ଲୀର ଆପ ସରକାର ସହରବାସୀଙ୍କୁ ମାସ୍କ ବାଣ୍ଟିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏ ନେଇ  ରାଜଧାନୀରେ ଲୋକଙ୍କୁ ୫୦ ଲକ୍ଷ ମାସ୍କ ବାଣ୍ଟନ କରିବେ ବୋଲି ଘୋଷଣା […]

Continue Reading

କଲରା ଖାଇବେ କାହିଁକି?

କଲରାକୁ ଏକ ପ୍ରକାର ଡାଇବେଟିସ୍ ରୋଗୀଙ୍କ ଖାଦ୍ୟବୋଲି ଅନେକେ ଧରି ନେଇଛନ୍ତି । ହେଲେ ଏହା ଭୁଲ୍ । ଏହାକୁ ସମସ୍ତେ ଖ।ଇବା ଭଲ । କାରଣ କଲରାର ପିତା ଆମ ଶରୀର ପାଇଁ ବେଶ୍ ଲାଭଦାୟକ । କଲରାରେ ଫାଇବର ରହିଛି। ତେଣୁ କଲରା ରସକୁ ପିଇଲେ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍ ହୋଇଥାଏ। କଲରା  ରକ୍ତ ସଞ୍ଚାଳନକୁ ସକ୍ରିୟ କରିଥାଏ। ହୃଦ୍ ଜନିତ ସମସ୍ୟାକୁ ଦୂର କରିପାରେ କଲରା। ଯଦି […]

Continue Reading

ଚୁନାମାଛ ପାଟିକୁ ସ୍ୱାଦ ଦେହକୁ ହିତ

ଆଜିକାଲି ବଜାରରେ ଚୁନାମାଛ ମିଳିବା ଟିକେ କଷ୍ଟ । କାରଣ ଆମେ ମାଛ ପାଇଁ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଛି । ଆମ ରାଜ୍ୟରେ ମାଛ ଚାଷ ଏତେ ନ ଥିବାରୁ ଚୁନାମାଛ ଅଧିକ ପରିମାଣରେ ମିଳିପାରୁ ନାହିଁ । ହେଲେ ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ତ୍ୟ ପାଇଁ ମଧ୍ୟ ସେତିକି ହିତକର । କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା […]

Continue Reading

ଧୀରେ ଧୀରେ ଖାଦ୍ୟ ଖାଇଲେ ହ୍ରାସ ପାଏ ଓଜନ

ଶୀଘ୍ର ଖାଦ୍ୟ ନ ଖାଇ ଏହାକୁ ଧୀରେ ଧୀରେ ଗ୍ରହଣ କଲେ ଶରୀର ଓଜନ ହ୍ରାସ ପାଇଥାଏ ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଅନୁଧ୍ୟାନରୁ ଜଣାପଡିଥିଲା ଅଧିକ ସମୟ ଧରି ବସି ରହି ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା ରୋଗ ସୃଷ୍ଟି ହୋଇଥାଏ। ତେବେ ଗବେଷକଙ୍କ ଏହି ନୂତନ ସର୍ଭେ ଭିତ୍ତିକ ରିପୋର୍ଟ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଗବେଷକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଧୀରେ ଧୀରେ ଖାଦ୍ୟ ଗ୍ରହଣ ସହିତ […]

Continue Reading