ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର ବିଶେଷ

#ବିଧାୟକ_ହୋଇ_ମଧ୍ୟ_ଧାନ_ବିଲରେ_ଖଟୁଛନ୍ତି_ପ୍ରୀତମ_ପାଢ଼ୀ         କୋରାପୁଟ  : (ନିରଜ ଶତପଥୀ) ସାରା ବିଶ୍ୱ ରେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ ଚାଲିଥିବାବେଳେ, ଘରେ ରୁହ ସୁସ୍ଥ ରୁହ କୁ ନେଇ ବିଭିନ୍ନ ସ୍ତରରେ ସଚେତନତା ଚାଲିଛି। ଏପରି ସମୟରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଆଦିବାସୀ ବିଧାୟକ ପ୍ରୀତମ ପାଢ଼ୀ ନିଜ ଗ୍ରାମ ପାକଝଲା ର ଚାଷ ଜମିରେ ନିଜକୁ ନିୟୋଜିତ କରିଛନ୍ତି। ଚାଷୀ ପରିବାରରେ ଜନ୍ମିତ ହୋଇ ନିଜର କୌଳିକ ବୃତ୍ତି ରେ ନିଜକୁ ନିୟୋଜିତ କରିଛନ୍ତି ପ୍ରୀତମ। କୋଡ଼ି ଓ ଦା ଧରି ଓହଲାଇଛନ୍ତି ଚାଷ ଜମିକୁ। ସାଥିରେ ସହଯୋଗ କରୁଛନ୍ତି ପତ୍ନୀ। ଗାଁରେ ଲଗାଇଥିବା ଅଦା ଓ ଧାନ ଜମିର ଯତ୍ନ ନେଉଛନ୍ତି। ଚଷା ପୁଅ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା ଏହି ଯୁବ ବିଧାୟକ ଚାଷ କରିବା ସହିତ ରାଜନୀତି କ୍ଷେତ୍ର ରେ ରହି ଲୋକଙ୍କ ସେବା କରିବାକୁ ଏକ ଚାଲେଞ୍ଜ ରୂପେ ଗ୍ରହଣ କରିଛନ୍ତି। ତେବେ ଚାଷ କାମରେ ପତ୍ନୀ ସହାୟତା କରୁଥିବାବେଳେ ରାଜନୀତି କ୍ଷେତ୍ରରେ କିନ୍ତୁ ସେ ନିଜେ କାମ କରୁଥିବା କହିଛନ୍ତି। ଯିଏ ଯେତେ ବଡ଼ ପଦବୀରେ ରହିଲେ ମଧ୍ୟ ଚାଷ କାମ ଯାହାର କେଡେ ସୁଖ ତାହାର ବୋଲି କହିଛନ୍ତି ପ୍ରୀତମ।