କୋଭିଡ୍ ପାଇଁ ସରକାରୀ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ

କୋଭିଡ୍ ପାଇଁ ସରକାରୀ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ

ଓଡିଶା ବଡ ଖବର

#କର୍ମଚାରୀଙ୍କ_ନିମନ୍ତେ_ରାଜ୍ୟ_ସରକାରଙ୍କ_ପରାମର୍ଶ       ଭୁବନେଶ୍ୱର   : ରାଜ୍ୟରେ କୋଭିଡ୍ -୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସାମାଜିକ ଗୁରୁତ୍ୱକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ବିଭିନ୍ନ ସରକାରୀ ବିଭାଗ/କାର୍ଯ୍ୟାଳୟଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି ।
କାର୍ଯ୍ୟ ପରିସରରେ ପରସ୍ପର ମଧ୍ୟରେ ୨ ମିଟର ବ୍ୟବଧାନର ସାମାଜିକ ଦୂରତ୍ୱ ବଜାୟ ରଖିବା, କରିଡର ଏବଂ ସର୍ବସାଧାରଣ ଚଳ ପ୍ରଚଳ ସ୍ଥାନରେ ଅଯଥା ଗହଳି ନ’କରିବାକୁ ରାଜ୍ୟ ସମରକାର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ପ୍ରତ୍ୟେକ କର୍ମଚାରୀ ଅଫିସ୍ ରେ ଥିବା ସମୟରେ ନିୟମିତ ହାତ ଧୋଇବା ଆଦିକୁ କଡ଼ାକଡ଼ି ପାଳନ ଭାବେ ଅନୁପାଳନ କରାଯିବ । ସରକାରୀ ବୈଠକ ଯେତେଦୂର ସମ୍ଭବ ଭିଡ଼ିଓ କନ୍ ଫରେନ୍ସ ମାଧ୍ୟମରେ କରାଯିବ ।
ନିୟମିତ ଭାବେ ଅଫିସ କୋଠା ଏବଂ ସର୍ବସାଧାରଣ ସ୍ଥାନଗୁଡ଼ିକୁ ବିଶୋଧନ କରାଯିବ । ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମସ୍ତ ପ୍ରକୋଷ୍ଠ, ସିଡ଼ିପାହାଚ, ଶୌଚାଳୟଗୁଡ଼ିକ ନିୟମିତ ସଫେଇ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ବିଶୋଧନ ସାମଗ୍ରୀ ଗଚ୍ଛିତ ରଖାଯିବ ।
ଏହା ବ୍ୟତୀତ ଅଫିସ୍ ପରିସରରେ ଛେପ ପକାଇବାକୁ କଡ଼ାକଡ଼ି ବାରଣ କରାଯାଇଛି । ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀମାନେ ସ୍ୱାସ୍ଥ୍ୟ ପରାମର୍ଶ ନେବେ । ବୟସ୍କ କର୍ମଚାରୀ/ଗୁରୁତର ରୋଗ ଥିବା କର୍ମଚାରୀ/ଗର୍ଭବତୀ ଥିବା ମହିଳା କର୍ମଚାରୀ ସିଧାସଳଖ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବେ ନାହିଁ । ସାଧାରଣ ଅଭିଯୋଗ ଏବଂ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏ ସଂପର୍କିତ ସବିଶେଷ ମାର୍ଗଦର୍ଶିକା ଜାରି କରାଯାଇଛ