କଳାବଜାରୀ ପାଇଁ ବଢୁଛି ଚୋରାମଦ ବ୍ୟବସାୟ

କଳାବଜାରୀ ପାଇଁ ବଢୁଛି ଚୋରାମଦ ବ୍ୟବସାୟ

ଓଡିଶା ଜିଲ୍ଲା ପୁରୀ

#କଳାବଜାରୀ_ପାଇଁ_ବଢୁଛି_ଚୋରାମଦ_ବ୍ୟବସାୟ            ପିପିଲି  : ( ବିଜୟ କୁମାର ମହାପାତ୍ର )   ଶନିବାର ବିଳମ୍ବିତ ରାତିରେ ପିପିଲି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସାତଶଙ୍ଖ ନିକଟରୁ ୨ପେଟି ବିଦେଶୀ ଚୋରାମଦ ସହ ଏକ ବାଇକ କୁ ପୋଲିସ ଜବତ କରିଛି । ତେବେ ପିପିଲି ଥାନା କେସ ନଂ୧୨୭/୨୦ରେ ଏକ ମାମଲା ରୁଜ କରାଯାଇ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରି  କୋର୍ଟ ଚାଲଣ କରାଯାଇଛି ବୋଲି ପିପିଲି ଥାନା ଏଏସଆଇ ଶେଷଦେବ ସୁବୁଦ୍ଧି କହିଛନ୍ତି । କରୋନା ପାଇଁ  ଚାରିଆଡେ ଲକଡାଉନ ଜାରୀ ରହିଛି ଏଥିପାଇଁ ପିପିଲି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଥିବା ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି  । ଶଦିବାର ବିଳମ୍ବିତ ରାତିରେ ଏଏସଆଇ ରବିନ୍ଦ୍ର କୁମାର ନାୟକ ସହ ହାବିଲଦାର ଚିତରଂଜନ ମହାରଣା, ଗଙ୍ଗାଧର ପ୍ରଧାନ  ପିପିଲିର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ବେଳେ ଚୋରା ମଦ କାରବାର ହେଉଥିବା ସୁଚନା ପାଇଥିଲେ । ସଙ୍ଗେସଙ୍ଗେ ଚୋରା ମଦ ଯାଉଥିବା ବାଇକିକୁ ପିଛାକରି ସାତଶଙ୍ଖ ନିକଟସ୍ଥ ଏରକମ ଛକ ଠାରେ ବାଇକ୍ ସହ ପେଟିରେ ଚୋରାମଦ ନେଉଥିବା ଦୁଇଜଣଙ୍କୁ କାବୁ କରି ନେଇଥିଲେ । । ସେମାନଙ୍କ ଠାରୁ ୨ଟି ପେଟିରେ ୭୫୦ଏମ.ଏଲର ୧୨ଗୋଟି ଏବଂ ୧୮୦ ଏମ.ଏଲର ୪୮ଗୋଟି ବିଦେଶୀ ମଦକୁ ପୋଲିସ ଜବତ କରିବା ସହ ଏଥିରେ ସଂପୃକ୍ତ ଦୁଇଜଣ ବିଜୟ କୁମାର ପରିଡା ଓ ପିତବାସ ପରିଡାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ସାତଶଙ୍ଖ ଫାଣ୍ଡି ଅଧିକାରୀଙ୍କ ଶେଷଦେବ ସୁବୁଦ୍ଧି ଙ୍କ ଠାରୁ ପ୍ରକାଶ