ଭୁବନେଶ୍ୱରରୁ ପୁଣି ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ପୁଣି ୬୦ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#ଭୁବନେଶ୍ୱରରୁ_ପୁଣି_୬୦_କରୋନା_ଆକ୍ରାନ୍ତ           ଭୁୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରରୁ ଗୁରୁବାର ପୁଣି ୬୦ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଗୋଟିଏ ଦିନରେ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ଚିନ୍ତାମଣିଶ୍ୱର ମନ୍ଦିର ନିକଟରୁ ୪୬ ଓ ୪୩ ବର୍ଷର ଦୁଇଜଣ ପୁରୁଷ, ଚକେଇସିଆଣି ତ୍ରିନାଥ ମନ୍ଦିର ନିକଟରୁ ୨୫ ବର୍ଷ ଜଣେ ମହିଳା, ବାପୁଜୀନଗର ଝରଣା ବସ୍ତି ରୁ ୫୫ ବର୍ଷର୍ର୍ର୍ର୍ର୍ର୍ର୍ର ଜଣେ ପୁରୁଷ, ଘରୋଇ ହସ୍ପିଟାଲର ୨୨ ବର୍ଷ ର ଜଣେ ମହିଳା କର୍ମଚାରୀ, ୟୁନିଟ-୯ ରୋଡ ନମ୍ବର-୨ ଅଂଚଳରୁ ୪ଜଣ ପୁରୁଷ (୧୬,୧୨,୧୨,୩), ଲକ୍ଷ୍ମୀସାଗର ଛକ ଅଂଚଳରୁ ୨୧ ବର୍ଷଜଣେ ପୁରୁଷ, ଝାରପଡ଼ା ଜେଲ ନିକଟରୁ ୩୦ ବର୍ଷ ଜଣେ ମହିଳା, ଆଇଆରସି ଭିଲେଜ ଏନ୍-୬ ଅଂଚଳରୁ ୧୭ ବର୍ଷ ବାଳକ, ଜୟଦେବ ବିହାର ଦାଶରଥୀ ଆପାର୍ଟମେଂଟ ନିକଟରୁ ୨୦ ବର୍ଷ ଯୁବକ , ଭରତପୁର ଶିବ ମନ୍ଦିର ଅଂଚଳରୁ ୪୦ ବର୍ଷ ଜଣେ ପୁରୁଷ, ଓଲଡ ଟାଉନ୍ ବାରିକ୍ ସାହିରୁ ୨୪ ବର୍ଷ ଯୁବକ, ଡୁମଡୁମା ରଘୁନାଥ ନଗର ଅଂଚଳରୁ ୩ଜଣ ମହିଳା (୪୦,୨୦ଓ ୫୧)ଓ ୩୨ ବର୍ଷ ଜଣେ ପୁରୁଷ, ୟୁନିଟ-୯ ଭୋଇ ନଗରରୁ ୨୨ ବର୍ଷର ଯୁବକ, ବଡଗଡ଼ କେନାଲ ରୋଡ ଅଂଚଳରୁ ୫୪ଜଣେ ପୁରୁଷ, କଟକ ରୋଡ ରେଳ ଷ୍ଟେସନ୍ ପ୍ଲାଟଫର୍ମ ନମ୍ବର-୬ ନିକଟରୁ ୨୪ ବର୍ଷ ଜଣେ ମହିଳା କରୋନାରେ ଆକ୍ରାନ୍ତ ଥିବା ଆଜି ଚିହ୍ନଟ ହୋଇଛି ।
ସେହିପରି ପଟିଆ ନନ୍ଦନ ବିହାର ଅଂଚଳରୁ ୩୪ ଓ ୩୨ ବର୍ଷ ଦୁଇଜଣ ପୁରୁଷ, ୟୁନିଟ-୪ ମାଛ ମାକେର୍ଟ ନିକଟରୁ ୪୪ ବର୍ଷଜଣେ ପୁରୁଷ, ଭରତପୁର ଘରୋଇ ହସ୍ପିଟାଲ୍ ରୁ ୩୦ ବର୍ଷର ଜଣେ ମହିଳା କର୍ମଚାରୀ, ଓଲଡ ଟାଉନ୍ ରାଧାବଲ୍ଲଭମଠ ନିକଟରୁ ୫୯ ବର୍ଷ ଜଣେ ପୁରୁଷ, ସାଲିଆ ସାହି ଶ୍ରୀରାମ ନଗର ଅଂଚଳରୁ ୨ ଜଣ ପୁରୁଷ (୩୦ ଓ ୩୪ ବର୍ଷ) ଓ ଜଣେ ମହିଳା ୨୦ ବର୍ଷ , ଆଇଆରସି ଭିଲେଜ ରେଂଟାଲ କଲୋନିରୁ ୨୩ ବର୍ଷ ଯୁବକ , ସାଲିଆ ସାହି ଆଦିବାସୀ ବସ୍ତି ରୁ ଜଣେ ୨୦ବର୍ଷର ମହିଳା, ସଙ୍ଗରୋଧ କେନ୍ଦ୍ରରୁ୨୮ ବର୍ଷ ଜଣେ ପୁରୁଷ, ନୟାପଲ୍ଲୀ ବେହେରା ସାହିରୁ ୩୨ ବର୍ଷ ଜଣେ ପୁରୁଷ, ୟୁନିଟ-୬ ଭିମପୁର ବସ୍ତି ରୁ ୨୬ ବର୍ଷ ଜଣେ ପୁରୁଷ, ୟୁନିଟ-୫ କେଶରୀ ନଗରରୁ ୨୬ ବର୍ଷ ଜଣେ ମହିଳା, ଓଲଡ ଟାଉନ୍ ନାରାୟଣୀ କ୍ଲବ୍ ଅଂଚଳରୁ ୨୪ ବର୍ଷ ଜଣେ ପୁରୁଷ, ଜଗମରା କ୍ରିଷ୍ଣା ଗାର୍ଡେନ୍ ନିକଟରୁ ୩୦ ବର୍ଷ ଜଣେ ପୁରୁଷ, ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ୪୦ ବର୍ଷ ଜଣେ ପୁରୁଷ ଓ ହଂସପାଳ ଫେଜ-୩ ଅଂଚଳରୁ ୩୦ ବର୍ଷ ଜଣେ ମହିଳାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି ।
ଚିହ୍ନଟ ହୋଇଥିବା ୨୦ଟି ସ୍ଥାନୀୟ ମାମଲା ମଧ୍ୟରୁ ଭୀମଟାଙ୍ଗୀ ଭିମେଶ୍ୱର ମନ୍ଦିର ଅଂଚଳରୁ ୫୦ ବର୍ଷ ଜଣେ ପୁରୁଷ, ଆଚାର୍ଯ୍ୟ ବିହାର ବିଶ୍ୱେଶ୍ୱର ବସ୍ତିରୁ ୨ଜଣ ପୁରୁଷ (୨୧ ଓ ୩୮), ଜୟଦେବ ବିହାର ଅଂଚଳରୁ ୨ଜଣ ପୁରୁଷ (୨୬ ଓ ୨୧), ଜାଗମରା ଅଂଚଳରୁ ୩୮ ବର୍ଷ ଜଣେ ପୁରୁଷ, ବମିଖାଲରୁ ୪୨ ବର୍ଷ ଜଣେ ପୁରୁଷ, ପଟିଆ ରେଳଷ୍ଟେସନ୍ ନିକଟରୁ ୩୫ ବର୍ଷ ଜଣେ ପୁରୁଷ, ସରକାରୀ ହସ୍ପିଟାଲ୍ରୁ ୩ଜଣ ପୁରୁଷ କର୍ମଚାରୀ (୨୪,୨୪ ଓ ୨୯), ନୟାପଲ୍ଲୀ ଆଇଆରସି ଭିଲେଜ୍ ରୁ ୨୧ ବର୍ଷ ଜଣେ ମହିଳା, ସାଲିଆ ସାହି ନିରଙ୍କାରି ନଗରରୁ ୨ଜଣ ପୁରୁଷ (୩୪,୪୩), ଶ୍ୟାମପୁର ସମ୍ ହସ୍ପିଟାଲ ନିକଟରୁ ଜଣେ ପୁରୁଷ (୩୪), ସାଲିଆ ସାହି ଏକାମ୍ର ବିହାର ଅଂଚଳରୁ ୪୫ ବର୍ଷ ଜଣେ ପୁରୁଷ, ଘାଟିକିଆ ନାକାଗେଟ୍ ଅଂଚଳରୁ ୪୬ ବର୍ଷ ଜଣେ ମହିଳା, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷ ଜଣେ ପୁରୁଷ, ସାଲିଆ ସାହି ଶ୍ରୀରାମନଗରରୁ ୩୫ ବର୍ଷ ଜଣେ ମହିଳା ଓ କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲରୁ ୨୯ ବର୍ଷ ଜଣେ ପୁରୁଷ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ୯୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ୫୦୪ଟି କରୋନା ସକ୍ରିୟ ମାମଲା ରହିଛି । ଏଥିସହିତ ୪୦୩ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ଜଣଙ୍କ ଏଥିରେ ମୃତ୍ୟୁ ଘଟିଛି ବୋଲି ବିଏମସି ଟୁଇଟ୍ କରି ଜଣାଇଛି ।