ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

ଓଡିଶା ଗଞ୍ଜାମ ଜିଲ୍ଲା

#ପାତ୍ରପୁ୍ରେ_ଦୁଇ_କରୋନା_ସନ୍ଦିଗ୍ଧ                ପାତ୍ରପୁର  : ପାତ୍ରପୁର ବ୍ଳକ ଜରଡ଼ା ଥାନା ଇଲାକା ପୋଲରାଜପୁର ଗ୍ରାମରେ ଗତ ତିନି ତାରିଖ ଦିନ ଦୁଇ ପରିବାରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ମାରପିଟ୍ ରେ ଉକ୍ତ ଗ୍ରାମର ଗୋଟିଏ ପରିବାରଙ୍କ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ କିଛି ଲୋକ ଆହାତ ହୋଇଥିଲେ । ଏହି ମାମଲାରେ ଦାଦା ପୁତୁରାଙ୍କୁ ଜରଡ଼ା ଥାନାରେ ଅଟକ ରଖି ପଚରାଉଚରା ପରେ  ଗିରଫ କରାଯାଇ ଡାକ୍ତର ପରୀକ୍ଷା ପରେ ଜେଲକୁ ପଠାଯାଇଥିଲା । ବର୍ତମାନ କରୋନା ସଂକ୍ରମଣ ଚାଲିଥିବା ବେଳେ ଗିରଫ ହୋଇ ଜେଲ ଯାଇଥିବା ଦୁଇଜଣଙ୍କର ସ୍ଵlବରୁ ସେମାନେ କରୋନା ସନ୍ଦିଗ୍ଧ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ଜରଡ଼ା ଥାନା ଏବଂ ଖାରିଆଗୁଡା ଫାଣ୍ଡିର ପ୍ରାୟ ୨୦ରୁ ଉର୍ଦ୍ଧ କର୍ମଚାରୀ କ୍ଵରେଣ୍ଟନରେ ଯିବେ ବୋଲି ନିର୍ଦେଶ ଦିଆଯାଇଛି ।  ସେହିଭଳି ରବିବାର ଥାନାକୁ ସାନିଟାଇଜର୍ କରାଯିବ ବୋଲି ଜଣାପଡଛି । ହେଲେ ସେହି ଘଟଣାରେ ରେ କିଛି ରାଜନେତା ସମାଧାନ କରିବା ପାଇଁ ସେମାନଙ୍କ ସହ ମିଳାମିଶାରେ ଆସିଥିବାରୁ ଏବେ ସେହିରାଜନେତାଙ୍କୁ ମଧ୍ୟ ସ୍ବାବ ପରିକ୍ଷା କରିବା ସହ କ୍ବାରାଣ୍ଟିନରେ ରଖିବା ପାଇଁ ଦାବି ହୋଇଛି ।