ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀ ସଟଡାଉନ

ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀ ସଟଡାଉନ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଘୋଷଯାତ୍ରା_ପାଇଁ_ପୁରୀ_ସଟଡାଉନ                  ଭୁବନେଶ୍ୱର   :  ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀର ପ୍ରବେଶ ପଥକୁ ସିଲ୍ କରାଯାଇଛି । ଅତ୍ୟାବଶ୍ୟକ ଥିଲେ ପୁରୀ ସହର ଭିତରକୁ ଛଡ଼ା ଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହିତ କରାଯିବ । କୋଭିଡ଼ ଗାଇଡ଼ ଲାଇନକୁ ଅନୁସରଣ କରାଯିବ । ସୁପ୍ରିମ କୋର୍ଟର ଥିବା ସର୍ତ ପାଳନ କରାଯିବ । ଏହି ଯାତ୍ରା ଉପରେ ବିଶ୍ୱର ସମସ୍ତଙ୍କ ନଜର ରହିଛି । ତାକୁ ଦେଖି ଏଭଳି କାର୍ଯ୍ୟ କରିବାକୁ ପଡ଼ିବ ଯାହାକି ଭବିଷ୍ୟତରେ ଉଦାହରଣ ହୋଇ ରହିବ । କରୋନ ଯେଭଳି ନ ବ୍ୟାପିବ ତା ଉପରେ ଅଧିକ ସତର୍କ ଦିଆଯିବ ବୋଲି ସେ କହିଥିଲେ ।
ଅପରପକ୍ଷରେ ରଥଯାତ୍ରା ପାଇଁ ପୁରୀରେ ୫୦ ପ୍ଲାଟୁନ ପୋଲିସ ସମେତ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ଼ ଏବଂ ଏସଓଜିଙ୍କୁ ମୂତୟନ କରାଯାଇଛି ବୋଲି ପୋଲିସ ମହା ନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି । ତମାମ ପୁରୀ ଜିଲ୍ଲାକୁ ସଟ୍ଡାଉନ ମଧ୍ୟ ଘୋଷଣା କରାଯାଇଛି । କର୍ଫ୍ୟୁ ଭଳି କଟକଣା ଜାରି ରହିବ । ସୋମବାର ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ରଥଯାତ୍ରା କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ । ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ପୁରୀବାସୀଙ୍କୁ ନ ଆସିବା ସହ ପୁରୀକୁ ବାହାର ଲୋକ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।
ଅନ୍ୟ ପକ୍ଷରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ବସ୍ ସେବା ଏବଂ ଟ୍ରେନ୍ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି ।