ଗୋରେଖନାଥ ପୀଠ ପୂଜକଙ୍କ ଅନଶନ ପ୍ରତ୍ୟାହୃତ, ୯ ତାରିଖରେ ଆଲୋଚନା

ଓଡିଶା ବଡ ଖବର ରାଜ୍ୟ

ଜଗତସିଂହପୁର ( ମହେଶ୍ବର ତ୍ରିପାଠୀ ) ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୁତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୂଜକମାନଙ୍କ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ଅନଶନ ମଙ୍ଗଳବାର ସାଢ଼େ ଗୋଟାଏ ରେ ପ୍ରତ୍ୟାହୃତ ହୋଇଛି ।

ପୀଠମାନସିକ ଅନ୍ନପ୍ରସାଦ ପ୍ରସ୍ତୁତ ପାଇଁ ଅନୁମତି ଓ ପାକଶାଳାରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ଆଦେଶ କ୍ରମେ ପକାଯାଇଥିବା ତାଲାକୁ ତୁରନ୍ତ ଖୋଲିବା ଏବଂ ଅନ୍ୟାନ୍ୟ ଦାବୀନେଇ ପ୍ରଭୁଙ୍କ ନୀତିକାନ୍ତିରେ ନିୟୋଜିତ ଥିବା ୧୧ପୂଜକ ପରିବାର ଅନଶନରେ ବସିଥିଲେ । ଏମାନଙ୍କ ମଧ୍ୟରୁ ୫ଜଣ ଉପବାସ ଥିଲେ ।ସୋମବାର ଟ୍ରଷ୍ଟବୋର୍ଡ଼ କାର୍ଯ୍ୟନିର୍ବାହି ଅଧିକାରୀ ସଂଗ୍ରାମ କିଶୋରୀ ଭୋଳ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସ୍ୱାଇଁ, ସମିତି ସଭ୍ୟା ସ୍ୱାମୀ ଦିଲ୍ଲୀପ କୁମାର ସ୍ୱାଇଁ ଓ କେତେକ ଟ୍ରଷ୍ଟବୋର୍ଡ଼ ସଭ୍ୟ ଅନଶନ ସ୍ଥଳକୁ ଯାଇ ବୁଝାସୁଝା କରିଥିଲେ ସୁଧା ସେମାନଙ୍କ କଥାନରଖି ଶୀତକାକରରେ ରାତିସାରା ଅନଶନରେ ବସିରହିଥିଲେ ।

ମଙ୍ଗଳବାର ମ୍ୟାନେଜିଂଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମହେନ୍ଦ୍ରପ୍ରସାଦ ମହାନ୍ତିଙ୍କ ନିର୍ଦେଶ କ୍ରମେ ତିର୍ତ୍ତୋଲ ।ନାଅଧିକାରୀ କୃଷ୍ଣ ପ୍ରସାଦ ମିଶ୍ର, କାର୍ଯ୍ୟନିବାହି ଅଧିକାରୀ ଭଳ ,ଓ ସରପଞ୍ଚ ଶ୍ରୀସ୍ୱାଇଁ ଅନଶନ ସ୍ଥଳକୁ ଯାଇ ଦିଲ୍ଲୀପ କୁମାର ପଣ୍ଡା ,ଜ୍ଞାନରଞ୍ଜନ ପଣ୍ଡା ଙ୍କ ସମେତ ୫ ଜଣ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୯ ତାରିଖରେ ମ୍ୟାନେଜିଂ ଟ୍ରଷ୍ଟି ଓ ପୂଜକମାନଙ୍କ ସହ ଆଲୋଚନା ହେବ ବୋଲି ନିଷ୍ପତ୍ତି ନେବାସହ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ପୀଠ ରେ ହେବା ସହିତ ଜିଲ୍ଲାପାକ ଉପସ୍ଥିତ ରହିବେ ବୋଲି ପୂଜକମାନେ କହିଛନ୍ତି ।