ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା,ଉତ୍କଳ ବିଶ୍ବବିଦ୍ୟାଳୟର ତିନି ବିଭାଗ ସିଲ୍‌

ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା,ଉତ୍କଳ ବିଶ୍ବବିଦ୍ୟାଳୟର ତିନି ବିଭାଗ ସିଲ୍‌

ଓଡିଶା ବଡ ଖବର

#କରୋନା_ଉତ୍କଳ_ବିଶ୍ବବିଦ୍ୟାଳୟର_ତିନି_ବିଭାଗ_ସିଲ୍‌      ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ଅଧ୍ୟାପିକାଙ୍କ ଝିଅ କରୋନାj ଆକ୍ରାନ୍ତ । ତାଙ୍କ ସଂସ୍ପର୍ଶରେ ଅଧ୍ୟାପିକା ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅଧ୍ୟାlପିକା କାର୍ଯ୍ୟ କରୁଥିବା ଅଫିସ ସମତେ ସମ୍ପୃକ୍ତ କୋଠାର ଅନ୍ୟ ଦୁଇଟି ବିଭାଗକୁ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସିଲ୍‌ କରି ଦିଆଯାଇଛି।
ଅଧ୍ୟାପିକା  ନିଜ ବିଭାଗକୁ ଆସି କାମ କରିବା ସହିତ ଝିଅ କରୋନା ଆକ୍ରାନ୍ତ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟାପିକା ଜଣକ କାର୍ଯ୍ୟ କରୁଥିବା କୋଠାର ତିନୋଟି ବିଭାଗକୁ ୭ଦିନ ପାଇଁ ସିଲ୍‌ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।  ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଗୋଟିଏ କୋଠାରେ ଥିବା ଇଂରାଜୀ, ଦର୍ଶନଶାସ୍ତ୍ର ଓ ଅର୍ଥଶାସ୍ତ୍ର ବିଭାଗକୁ ସିଲ୍‌ କରାଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।