ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆ ଯାଇଛି

ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆ ଯାଇଛି

ଓଡିଶା ବଡ ଖବର

 #ଅର୍ଥନୀତିକୁ_ଗତିଶୀଳ_କରିବାକୁ_ସମସ୍ତଙ୍କ_ମତାମତ_ନିଆ_ଯାଇଛି              ଭୁବନେଶ୍ୱର    :  ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆ ଯାଇଛି । ରାଜ୍ୟର ସମସ୍ୟା ଓ ଆହ୍ୱାନ ବଦଳି ଯାଇଛି । ପ୍ରବାସୀ ଶ୍ରମିକ,କୃଷି,ଜଲସମ୍ପଦ ପରି ବିଭିନ୍ନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସବୁ ବିଭାଗ ମିଶାଇ କିପରି ସମନ୍ୱିତ ଯୋଜନା ପ୍ରସ୍ତୁତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି ।ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହେବା ପରେ ବୋର୍ଡ ଉପାଧକ୍ଷ ସଞ୍ଜୟ ଦାଶବର୍ମା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ୭ ଦିନ ଭିତରେ ସେମାନଙ୍କ ପ୍ରସ୍ତାବ ଦେବାକୁ ସବୁ ବିଭାଗ ଅଧିକାରୀଙ୍କୁ କୁହାଯାଇଛି । ଯେଉଁ ମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ତାଙ୍କ ପରାମର୍ଶ ନିଆଯିବ । ୭ ଦିନ ମଧ୍ୟରେ ସମସ୍ତ ବିଭାଗର ରିପୋର୍ଟ ଆସିବା ପରେ ନବକୃଷ୍ଣ ଚୌଧୁରୀ ସେଂଟର ଫର ଡେଭଲପମେଂଟ ଷ୍ଟଡିଜକୁ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଆଯିବ ।କିପରି ଆର୍ôଥକ ଅବସ୍ଥା ସୁଦୃଢ ହେବ ସେ ନେଇ ପ୍ରସ୍ତାବ ଆସିବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।  ଅଧିକରୁ ଅଧିକ ବିଭିନ୍ନ ବିଭାଗରେ ଶ୍ରମ ଦିବସ ସୃଷ୍ଟି ସହ ସ୍ଥାନୀୟ ଅଂତଳରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।