ଏମସ୍ ର ୪ ଡାକ୍ତର କରୋନା ପଜିଟିଭ୍

ଏମସ୍ ର ୪ ଡାକ୍ତର କରୋନା ପଜିଟିଭ୍

ବଡ ଖବର ଓଡିଶା ମହାନଗର

#ଏମସର_୪_ଡାକ୍ତର_କରୋନା_ପଜିଟିଭ୍           ଭୁବନେଶ୍ୱର :    ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ ସ)ରେ କାର୍ଯ୍ୟରତ ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଂଟ ଡାକ୍ତର ଅଛନ୍ତି । ଏମ୍ସ ର ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଡର୍ମାଟୋଲିଜି ବିଭାଗର ଜଣେ ଡାକ୍ତର, ଫାର୍ମାକୋଲୋଜି ବିଭାଗର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ପାଥୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଆସିନାହିଁ । ତେବେ ସମ୍ପୃକ୍ତ ଡାକ୍ତରମାନେ ଯେଉଁ ଆପାର୍ଟମେଂଟରେ ତାହା କେଂଟନମେଂଟ ଅଂଚଳରେ ରହିଛି । ସମ୍ଭବତଃ ସେଠାକାର ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥାଇପାରନ୍ତି ।