ବିଧାୟକଙ୍କୁ ଲାଗିଲା କାଳିସୀ!

ଅନୁଗୁଳ ଓଡିଶା ଜିଲ୍ଲା ବଡ ଖବର ବିଶେଷ ରାଜ୍ୟ

ଅନଗୁଳ : ( ବିଶ୍ବଜିତ ପଟନାୟକ )  ଆଠମଲ୍ଲିକ ବିଧାୟକ ରମେଶ ସାଏ କାଳିସୀ ଲାଗିଲେ। ରବିବାରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଠମଲ୍ଲିକର ଆମ୍ବସର ମୁଣ୍ଡା ନିକଟରେ।ଗାଁରେ ଶାମ୍ବଦଶମୀ ପୂଜା ଚାଲିଥିବା ବେଳେ କଳସ ଯାତ୍ରା ହୋଇଥିଲା। ଏହି ଉତ୍ସବ ରେ ବିଧାୟକ ଯୋଗ ଦେବାକୁ ଯାଇଥିଲେ। ପୂଜା ସମୟରେ ଢୋଲ ଏବଂ ଝାଞ୍ଜ ବାଜିଲା ପରେ ବିଧାୟକଙ୍କ ଦେହରେ କାଳିସୀ ସବାର ହୋଇଥିଲା। ତାଙ୍କ ହାତରେ ଥିଲା ଏକ ଖଣ୍ଡା। ଲୋକମାନେ ତାଙ୍କୁ ପୂଜା ଅର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ସମସ୍ତେ ତାଙ୍କର ଆଶୀଷ ନେଉଥିବା ଦେଖିବାକୁ ମିଳିଛି। ଏପରି ପ୍ରାୟ ଏକ ଘଣ୍ଟା ତାଙ୍କ ଦେହରେ କାଳିସୀ ସବାର ହୋଇଥିଲା। ତେବେ ବିଧାୟକ ରମେଶ ସାଏ ଆଗରୁ ନିଜେ ଜମିରେ ଟ୍ରାକ୍ଟର ରେ ଚାଷ ସହ ଧାନ ରୋଇବା ଆଉ ପୋଖରୀରେ ମାଛ ମାରିବା ନେଇ ଚର୍ଚ୍ଚାରେ ଥିବା ବେଳେ ପୁଣି ଥରେ ଏପରି ଅବତାର ସମସ୍ତଙ୍କୁ ଚକିତ କରିଛି।