ମହାରାଜ କଂସ ଦରବାରରେ ରାଜ ଅତିଥି

ଓଡିଶା ଜିଲ୍ଲା ବଡ ଖବର ବରଗଡ଼ ବିଶେଷ

ବରଗଡ : ଜମୁଛି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମହାରାଜ କଂସଙ୍କ ଆଦେଶରେ ରାଜଦରବାର ରେ ପହଞ୍ଚିଛନ୍ତି ରାଜ ଅତିଥି ।

ପଞ୍ଚମ ସଂନ୍ଧ୍ୟାରେ ରାଜଦରବାରେ ପହଞ୍ଚିଥିଲେ ସମ୍ବଲପୁର ରେଲଓ୍ୱେ ଡିଭିଜନର ଡି.ଆରଏମ  ପ୍ରଦୀପ କୁମାର,ଦୌଡରାଣୀ ଦୁତୀ ଚାନ୍ଦ ଓ ବିରୋଧୀ ଦଳର ନେତା ପ୍ରଦୀପ ନାୟକ । ମଥୁରା ନଗରୀରୁ ଭୁବନେଶ୍ବର ଓ ଦିଲ୍ଳୀପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମହାରାଜ ଡି.ଆର.ଏମଙ୍କୁ ନିର୍ଦେଶ ଦେଇଥିଲେ ।

ସେହି ପରି ମଥୁରା ନଗରୀ ରେ ଖେଳକୁଦ କୁ ଅଗ୍ରାଧିକାର ଭିର୍ତ୍ତିରେ ପ୍ରସୟ ଦେବା ସହ ନୂଆଁ ପ୍ରତିଭା ଅନ୍ୱେଷଣ କରିବା ପାଇଁ ନିର୍ଦଶେ ଦେଇଥିଲେ । ଏହା ସହିତ ମହାରାଜଙ୍କ ଦରବାର ରେ ପହଞ୍ଚିଥିଲେ ବିରୋଧି ଦଳର ନେତା ପ୍ରଦୀପ ନାୟକ ।

ମଥୁରା ନଗରୀ ର ପ୍ରଜା ,ଚାଷୀକୂଳ ଧାନବିକ୍ରି କରିବା ପାଇଁ ହଟହଟା ହେଉଥିବାରୁ ମହାରାଜଙ୍କ ଆଗରେ ଗୁହାରୀ କରିଥିଲେ । ନାରୀ ସୁରକ୍ଷା ,କୁ ନେଇ ମଧ୍ୟ ମହାରାଜଙ୍କୁ ଗୁହାରୀ କରିଥିଲେ ବିରୋଧି ଦଳର ନେତା ।