ଅନ୍ୟ ରାଜ୍ୟରେ ଫସିଥିବା କେନ୍ଦ୍ରାପଡା ବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ ତତ୍ପରତା

ଅନ୍ୟ ରାଜ୍ୟରେ ଫସିଥିବା କେନ୍ଦ୍ରାପଡା ବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ ତତ୍ପରତା

ଓଡିଶା କେନ୍ଦୁଝର ଜିଲ୍ଲା

#ଅନ୍ୟ_ରାଜ୍ୟରେ_ଫସିଥିବା_କେନ୍ଦ୍ରାପଡା_ବାସୀଙ୍କ_ପାଇଁ_ଜିଲ୍ଲାପାଳଙ୍କ_ତତ୍ପରତା      କେନ୍ଦ୍ରାପଡା     :   ବାହାର ରାଜ୍ୟରେ କାମ କରିବାକୁ ଯାଇ ଫସି ରହିଥିବା କେନ୍ଦ୍ରାପଡାର ଲୋକ ମାନଙ୍କ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ଏକ ବୈଠକରେ ଆଲୋଚନା କରିଥିଲେ । ରବିବାର ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ୍ ଶତପଥୀ, ଓ ଜିଲ୍ଲା ଶ୍ରମ ଅଧିକାରୀ ରାମ ଚନ୍ଦ୍ର ନାୟକ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ରାଜ୍ୟର ସଂପୃକ୍ତ ଅଂଚଳର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଛନ୍ତି । ବର୍ତମାନର ଲକ ଡାଉନ ସମୟରେ କାମ ଧନ୍ଦା ପାଉ ନଥିବା ଶତାଧିକ ବ୍ୟକ୍ତି ରାଜସ୍ଥାନ, ମହାରାଷ୍ଟ୍ର, ହାଇଦ୍ରାବାଦ, କେରଳ, ବିହାର, ଉତର ପ୍ରଦେଶ ପ୍ରଭୃରି ରାଜ୍ୟରେ ଅଟକି ରହିଛନ୍ତି । ସେମାନଙ୍କ ପରିବାର ପକ୍ଷରୁ ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କରା
ଯାଇଥିଲା । ରବିବାର ଶ୍ରୀ ବର୍ମା ଫୋନ ମାଧ୍ୟମରେ ଅଟକି ଥିବା ଜିଲ୍ଲା ମାନଙ୍କ ଜିଲ୍ଲାପାଳଙ୍କ ସହ କଥାବାର୍ତା ହୋଇ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଖାଦ୍ୟ ପାନୀୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବାକୁ ବ୍ୟବସ୍ଥା କରିବା ପାଇଁ ଓ ଆବଶ୍ୟକ ହେଲେ ସେମାନଙ୍କୁ ଘରକୁ ଫେରିବା ବ୍ୟବସ୍ଥା କରିବାକୁ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ବିଚାର ବିମର୍ଶ କରିଥିଲେ ।