କେନ୍ଦ୍ରାପଡା ର ଶତାଧିକ ଶ୍ରମିକ ଫସିଛନ୍ତି ସୁରଟରେ

କେନ୍ଦ୍ରାପଡା ର ଶତାଧିକ ଶ୍ରମିକ ଫସିଛନ୍ତି ସୁରଟରେ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କେନ୍ଦ୍ରାପଡାର_ଶତାଧିକ_ଶ୍ରମିକ_ଫସିଛନ୍ତି_ସୁରଟରେ        କେନ୍ଦ୍ରାପଡା    :   ଗୁଜୁରାଟର ସୁରଟକୁ ରୋଜଗାର କରିବାକୁ ଯାଇଥିବା ଶତାଧିକ କେନ୍ଦ୍ରାପଡା ଅଂଚଳର ବ୍ୟକ୍ତି ସେଠାରେ ଫସି ରହିଥିବା ଜଣା ପଡିଛି । ବର୍ତମାନ ଦେଶରେ ଲକ ଡଉନ ବ୍ୟବସ୍ଥା ଲାଗୁ କରାଯାଇ ଥିବାରୁ ଏହି ଲୋକ ମାନେ ଘରକୁ ଫେରି ନପାରି ଓ ସେଠାରେ କାମଧନ୍ଦା ନପାଇ ଭୋକ ଉପାସରେ ଅଟକି ରହିଥିବା ଜଣା ପଡିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା, ଏରା, ନରଣପୁର, ଓ ପଟ୍ଟାମୁଣ୍ଡାଇର କାଠିଆପଡା, ମହାକାଳପଡାର ରାଜଗଡ, ବଡମଠ, ମାର୍ଶାଘାଇ ର ବାଘଡିଆ ଅଂଚଳର ୪୦ରୁ ଉଦ୍ଧ୍ୱର୍ ଶ୍ରମିକ ସୁରଟରେ ଫସିରହି ଜିଲ୍ଲା ପ୍ରଶାସନ ନିକଟକୁ ଭିଡିଓ ଏବଂ ଫଟୋ ପଠାଇ
ସହାୟତା ପାଇଁ ନିବେଦନ କରିଛନ୍ତି ।