୩ ବରିଷ୍ଠ ସଚିବଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଦାୟିତ୍ବ ଦେଲେ ରାଜ୍ୟ ସରକାର

୩ ବରିଷ୍ଠ ସଚିବଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଦାୟିତ୍ବ ଦେଲେ ରାଜ୍ୟ ସରକାର

ଓଡିଶା ବଡ ଖବର

#୩_ବରିଷ୍ଠ_ସଚିବଙ୍କୁ_ଭଦ୍ରକ,_ବାଲେଶ୍ୱର_ଓ_ଯାଜପୁର_ଜିଲ୍ଲା_ଦାୟିତ୍ବ              ଭୁବନେଶ୍ବର  : ରାଜ୍ୟର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଏହି ତିନୋଟି ଜିଲ୍ଲାରୁ ଅଧିକ କରୋନା ପଜିଟିଭ ବାହାରିବାରୁ ୩ ଜଣ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତିନି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ।ବାଲେଶ୍ବର ଜିଲ୍ଲା ପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ କେ ବଶିଷ୍ଠ, ଭଦ୍ରକ ପାଇଁ ଅବକାରୀ ବିଭାଗର ପ୍ରମୁଖ ସଚିବ ଏସ କେ ଲେହାନି ଓ ଯାଜପୁର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ସଚିବ ପିକେ ମେହେର୍ଦ୍ଦାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ୩ ସଚିବ ୩ ଜିଲ୍ଲା ଗସ୍ତ କରି କୋଭିଡ୍ ମୁକାବିଲାର ତଦାରଖ କରିବେ। ଏହାସହ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ।କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ, କଣ୍ଟେନମେଣ୍ଟ ଅଞ୍ଚଳରେ କିପରି ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ, ସାମାଜିକ ଦୂରତ ରକ୍ଷା ସହ ତାଲାବନ୍ଦ କଟକଣା କିପରି କଡ଼ାକଡ଼ି ପାଳନ କରାଯିବ, ସେ ଦିଗରେ ଏହି ୩ ସଚିବ କାମ କରିବେ । ଏମାନେ ଜିଲ୍ଲାକୁ ଯିବା ପୂର୍ବରୁ ସେମାନଙ୍କୁ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱରରେ ନିୟୋଜିତ ଅନ୍ୟ କୋଭିଡ୍ ପର୍ଯ୍ୟବେକ୍ଷକଙ୍କଠାରୁ ବିସ୍ତୃତ ସୂଚନା ନେବାକୁ ପରାମର୍ଶ ଦିଆଯାଇଛି।