ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର

ଓଡିଶା ଜିଲ୍ଲା ଜୀବନଶୈଳୀ ପର୍ଯ୍ୟଟନ ବଡ ଖବର ରାଜ୍ୟ ସୁନ୍ଦରଗଡ଼

ପ୍ରାକୃତିକ ଶୋଭାରାଜିରେ ଭରପୂର ଓଡ଼ିଶା ଦେଶବିଦେଶର ପର୍ଯ୍ୟଟକଙ୍କୁ କାଳେ କାଳେ ଆକୃଷ୍ଟ କରି ଆସିଛି। କେଉଁଠି ଘଞ୍ଚ ଜଙ୍ଗଲ ମଧ୍ୟରେ ମନଲୋଭା ଜଳ ପ୍ରପାତ ତାର ସୌନ୍ଦର୍ଯ୍ୟରେ ଜନମାନସକୁ ଆକୃଷ୍ଟ କରୁଛିତ ଆଉ କେଉଁଠି  ଏହି ପ୍ରାକୃତିକ ଶୋଭାରାଜି ମଧ୍ୟରେ ଦେବା-ଦେବୀଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରିଛି ।ଏମିତି ଶହ ଶହ ପର୍ଯ୍ୟଟନସ୍ଥଳୀ ଏବେବି ଅନାଲୋଚିତ ହୋଇ ରହିଛି । ସେହିଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର । ଆଖି ପାଉଥିବା ଯାଏ ଚତୁଃର୍ଦିଗ  ଘଞ୍ଚ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ। ସତେ ଯେମିତି ଶାଗୁଆ ଓଢ଼ଣୀରେ ଢ଼ାଙ୍କି ହୋଇଛି ସାରା ପରିବେଶ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ।

Image result for vaishno devi temple rourkela odisha

 

Image result for vaishno devi temple rourkela odisha

ରାଉରକେଲା ରେଳଷ୍ଟେସନଠାରୁ ମାତ୍ର ଅଳ୍ପ ଦୂରରେ ରହିଛି ମାତାଙ୍କ ମନ୍ଦିର ।  ଟ୍ରେନ ଯୋଗେ ରାଉରକେଲା ଦେଇ ଯାଉଥିବା ବେଳେ ଟ୍ରେନରୁ ମାତାଙ୍କ ମନ୍ଦିର ଦୃଶ୍ୟମାନ ହେଉଥିବା ଦେଖିବାକୁ ମିଳିଥାଏ  । ରେଳ ମଧ୍ୟରୁ ଏହି ଦୃଶ୍ୟ ଯିଏ ଦେଖିଛି ସେ ହିଁ ଜାଣିଛି । ମନ୍ଦିର ଦେଖିବା ମାତ୍ରେ ମନରୁ  ଆପେ ଆପେ ବାହାରି  ଆସେ ଜୟ ମାତା ଦି…. ।

Image result for vaishno devi temple rourkela odisha

ପ୍ରାୟ ହଜାରେ ପାହଚ ଚଢ଼ିବା ପରେ ମାତାଙ୍କ ଗୁମ୍ପାରେ ପହଞ୍ଚି ହେବ । ମାତାଙ୍କୁ ଦର୍ଶନ କରିବା ପାଇଁ  ଗୁମ୍ପା ଭିତରେ ନଇଁ ନଇଁ ଯିବାକୁ ପଡିଥାଏ । ବିଶ୍ୱାସ ରହିଛି ଏଠାରେ ମାତାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ । ଗୁମ୍ପା ବାହାରେ ମାତା ଦୁର୍ଗାଙ୍କ ପ୍ରର୍ତିମୂର୍ତ୍ତି ସ୍ଥାପିତ ହୋଇଛି ।  ଚୈତ୍ର ମାସ ନବରାତ୍ରିରୁ ଏଠାରେ ଆଠ ଦିନ ବ୍ୟାପି ନବରାତ୍ରୀ ପାଳନ ହୋଇଥାଏ।

 

Image result for vaishno devi temple rourkela odisha

ଅନୁସନ୍ଧାନରୁ ଜଣାପଡେ ଏହି ମନ୍ଦିର ଗୁମ୍ପାର ସନ୍ଧାନ ରାଜୁ ଚାଣ୍ଡକ ନାମକ ଜଣେ ବ୍ୟକ୍ତିଙ୍କୁ ୧୯୯୬ ମସିହାରେ ମିଳିଥିଲା । ସେ ଦିନ ଥିଲା ଫେବୃୟାରୀ ମାସ ୨୫ ତାରିଖ ।  ଆଉ ମାତାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ୨୦୦୩ ମସିହାରେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମାତା ଏଠାରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଅଧିକ ଭିଡ ଲାଗିଥାଏ । ଗୋଟିଏ ନବରାତ୍ରୀ ଚୈତ୍ର ମାସରେ ପଡ଼ୁଥିବା ବେଳେ ଆଉ ଗୋଟିଏ ଆଶ୍ୱିନ ମାସରେ ପଡିଥାଏ। ଏ ନବରାତ୍ରୀ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ମାତାଙ୍କ ମନ୍ଦିରରେ ଜମିଥାଏ । ଏମିତିରେ ବି ବର୍ଷ ତମାମ ଏଠାରେ ଭିଡ ଲାଗି ରହିଥାଏ ।

 

Image result for vaishno devi temple rourkela odisha

ଏପରି ମନୋରମ ପ୍ରାକୃତିକ ଶୋଭାରାଜି ଥିବା ଅନାଲୋଚିତ ଦର୍ଶନୀୟ ସ୍ଥାନ ଉପରେ କିନ୍ତୁ ରାଜ୍ୟ ସରକାରଙ୍କ ନଜର ପଡି ପାରି ନାହିଁ। ଫଳରେ ଏଠାରେ କୌଣସି  ଆଖି ଦୃଶିଆ ଉନ୍ନତିମୂଳକ କାମ ହୋଇ ପାରି ନ ଥିବା  ଅଭିଯୋଗ ହୁଏ । କିଛି ଅନୁଷ୍ଠାନ ନିଜ ଉଦ୍ୟମରେ ସ୍ଥାନେ ସ୍ଥାନେ ପିଇବା ପାଣିର ବ୍ୟବସ୍ଥା କରାଇଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଏହି ଏକମାତ୍ର ବୈଷ୍ଣୋଦେବୀ ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲେ ଏହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହିତ ମନ୍ଦିରର ବିକାଶ କାର୍ଯ୍ୟରେ ସହାୟତା କରିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶରେ ସହାୟ ହୋଇ  ପାରିବ ।