ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ପଛରେ ରାଜନୀତି ରହିଛି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଦିଲ୍ଲୀରେ ଭୋଟଗ୍ରହଣ ଆଉ ଅଳ୍ପକିଛିଦିନ ବାକିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଦିନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଦିଲ୍ଲୀର କରକରଡୁମାଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଗତ କିଛି ଦିନ ଧରି ନାଗରିକତା (ସଂଶୋଧନ) ଆଇନକୁ ନେଇ ଦିଲ୍ଲୀର ସିଲମପୁର, ଜାମିଆ ବା ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏହା କ’ଣ ଏକ ସଂଯୋଗ ମାତ୍ର ? ଏଗୁଡ଼ିକ ପଛରେ ଏକପ୍ରକାରର ରାଜନୀତି ରହିଛି । ଏଗୁଡ଼ିକ ଦେଶକୁ ବଦନାମ କରିବାକୁ, ଖଣ୍ଡ ଖଣ୍ଡ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ନିଜର ଏହି ଭାଷଣ ଅବସରରେ ମୋଦୀ ଧାରା ୩୭୦, କର୍ତ୍ତାରପୁର କରିଡର ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ପରିବାର ପାଖରେ ପକ୍କା ଘର ଥିବା । ଦିଲ୍ଲୀର ବିକାଶ ପାଇଁ ବିଜେରି ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀରେ ଥିବା ଅବୈଧ କଲୋନିଗୁଡ଼ିକୁ ନିୟମିତ କରାଯାଇଛି । ସେଗୁଡ଼ିକର ବିକାଶ ପାଇଁ ଏକ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଛି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ବିକାଶର ଏଜେଣ୍ଡା ନେଇ ଚାଲିବ ।