ଟାଇମ୍ସ ନାଓ ସର୍ଭେ : ପୁଣି ଦିଲ୍ଲୀ ଜିତିବ ଆପ

ଦେଶ -ବିଦେଶ

ନୂଆଦିଲ୍ଲୀ :  ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ  ହେବାକୁ ଥିବାବେଳେ ଟାଇମ୍ସ ନାଓ ପକ୍ଷରୁ ଆଜି ଏକ ମତାମତ ସର୍ବେକ୍ଷଣ ବା ଓପିନିଅନ ସର୍ଭେ ପ୍ରସାରିତ ହୋଇଛି । ଏହି ସର୍ଭେରେ କୁହାଯାଇଛି ଯେ ଆମ ଆଦମି ପାର୍ଟି (ଆପ) ପୁଣି ଥରେ ବିଜୟ ହାସଲ କରିବ । ତେବେ ଗତ ଥର ତୁଳନାରେ ଏହାର ସିଟ ସଂଖ୍ୟା କମିବ । ଗତ ଥର ଆପ ୬୭ଟି ଆସନ ଜିତିଥିବାବେଳେ ଏଥର ୫୪ରୁ ୬୦ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ବିଜେପି ୧୦ରି ୧୪ଟି ଆସନ ଜିତିବାର ସମ୍ଭାବନା ରହିଛି । ଆପ ୫୪ ପ୍ରତିଶତ ଭୋଟ ଭାଗ ଓ ବିଜେପି ୩୪ ପ୍ରତିଶତ ଭୋଟଭାଗ ଜିତିବାର ସମ୍ଭାବନା ରହିଛି ।

ଆସନ୍ତା ୮ ତାରିଖରେ ଦିଲ୍ଲୀରେ ଭୋଟ ଗ୍ରହଣ ହେବ ଓ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ଭୋଟଗ୍ରହଣ ଆଉ ଅଳ୍ପକିଛିଦିନ ବାକିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।