ପରଦାକୁ ଆସିଲା ଅକ୍ଷୟ ଖନ୍ନାଙ୍କ ‘ସବ୍‍ କୁଶଲ୍‍ ମଙ୍ଗଲ୍‍’

ଦେଶ -ବିଦେଶ ମନୋରଞ୍ଜନ

ମୁମ୍ବାଇ :  ଗୁଡ଼ ଫ୍ରାଇଡେରେ ପରଦାକୁ ଆସିଲା ଅକ୍ଷୟ ଖନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସବ୍‍ କୁଶଲ୍‍ ମଙ୍ଗଲ୍‍’। ଏହା ଏକ ରୋମାଣ୍ଟିକ୍‍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ତିନିଟି ଚରିତ୍ର ଉପରେ ଗୁରୁତ୍ୱ ଦେଇ ଏହାର କାହାଣୀ ରଚିତ ହୋଇଛି। ବିହାରର ବିବାହ ପ୍ରଥାକୁ ଆଧାର କରି ଚଳଚ୍ଚିତ୍ରର କାହାଣୀଟି ରଚିତ ହୋଇଛି। କରଣ ବିଶ୍ୱନାଥ କଶ୍ୟପ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅକ୍ଷୟଙ୍କ ବ୍ୟତୀତ ପ୍ରିୟାଙ୍କ ଶର୍ମା ଓ ରିବା କିଶନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରିୟାଙ୍କ ଓ ରିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବେ। ପ୍ରିୟାଙ୍କ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ଓ ଭୋଜପୁରୀ ମେଗା ଷ୍ଟାର ଏବଂ ବିଜେପିର ସାଂସଦ ରବି କିଶନଙ୍କ ଝିଅ ହେଉଛନ୍ତି ରିବା।