ଶେଷ ହେଲା ଧ୍ୱଜାବତରଣ ଉତ୍ସବ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଠାରୁ ଆରମ୍ଭ ହୋଇଥିବା ସମାରୋହ ଆଜି ବିଜୟ ଚୌକ ଠାରେ ଧ୍ୱଜାବତରଣ ସହ ଶେଷ ହୋଇଛି। ‘ବିଟିଙ୍ଗ ଦ ରିଟ୍ରିଟ’ ନାମରେ ସାରା ବିଶ୍ୱରେ ଆଦର ଲାଭ କରିଥିବା ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଜନସାଧାରଣ ଏକତ୍ରିତ ହୋଇଥିଲେ। ପ୍ରଥମ ଥର ପାଇଁ ଧ୍ୱଜାବତରଣ ଉତ୍ସବରେ ଜାତୀୟ ସଂଗୀତ ‘ଜନ ଗଣ ମନ ଅଧିନାୟକ ଜୟ ହେ…’ ଗାନ କରାଯାଇଥିଲା। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ଅନେକ ରାଜନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ। ଧ୍ୱଜାବତରଣ ଉତ୍ସବ ଅବସରରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ ବ୍ଲକ ଏବଂ ସଂସଦ ଭାବନାକୁ ଆକର୍ଷଣୀୟ ଆଲୋକରେ ସଜା ଯାଇଛି।

ଏହି ସମାରୋହରେ ଭାରତୀୟ ସେନାର ସମସ୍ତ ବ୍ୟାଣ୍ଡ ପକ୍ଷରୁ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ସମ୍ପୃକ୍ତ ବ୍ୟାଣ୍ଡ ଗୁଡିକ ନିଜ ନିଜ ବ୍ୟାରେକକୁ ପ୍ରସ୍ଥାନ କରିଥିଲେ।