ରାଜ୍ୟରେ ପୁଣି ୫ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ରାଜ୍ୟରେ ପୁଣି ୫ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଓଡିଶା ବଡ ଖବର

 #ପୁଣି_୫_କରୋନା_ପଜିଟିଭ୍         ଭୁବନେଶ୍ୱର  : ରାଜ୍ୟରେ ପୁଣି ୫ ଜଣ “କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୪ ଜଣ ଭୁବନେଶ୍ୱରର । ଏହାସହ ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚୀନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ୬୧ ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ୪ ଟି କେସ୍ ମଧ୍ୟରୁ ଭୁବନେଶ୍ୱର ଝାରପଡା ଅଂଚଳର ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି । ୪୨ ନମ୍ବର ପଜେଟିଭ୍ ରୋଗୀ (ପ୍ରଥମ କରୋନା ମୃତ୍ୟୁ)ଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହିପରି ବମିଖାଲର ୩ ଜଣଙ୍କ ମଧ୍ୟରୁ ଜଣେ ୫୧ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ୭୦ବର୍ଷ ଓ ୫୧ବର୍ଷର ପୁରୁଷ । ଗତ ୨୪ଘଂଟା ମଧ୍ୟରେ ମୋଟ ୫୬୪ଟି ନମୂନା ପରୀକ୍ଷା ହୋଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।
ମଙ୍ଗଳବାର ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୪୭୩୪ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି୧୧୫ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତି ।