ମଇ ୩ ଯାଏ ପାସେଞ୍ଜର ରେଳସେବା ବିମାନସେବା ବାତିଲ

ମଇ ୩ ଯାଏ ପାସେଞ୍ଜର ରେଳସେବା ବିମାନସେବା ବାତିଲ

ଦେଶ -ବିଦେଶ ବଡ ଖବର

#ମଇ_୩_ଯାଏ_ପାସେଞ୍ଜର_ରେଳସେବା_ବିମାନସେବା_ବାତିଲ              ନୂଆଦିଲ୍ଲୀ   :  ଆସନ୍ତା ମଇ ତିନି ଯାଏ ପାସେଂଜର ରେଳସେବାକୁ ବାତିଲ କରା ଯାଇଛି । ରେଳବାଇର ବରିଷ୍ଠ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ମଇ ତିନି ତାରିଖ ଯାଏ କରୋନା କାରଣରୁ ଦେଶବ୍ୟାପୀ ଲକଡାଉନ ରହିବ ବୋଲି ଘୋଷଣା କରିବା ପରେ ରେଳବାଇ ପକ୍ଷରୁ ଉପରୋକ୍ତ ନିଷ୍ପତି ନିଆ ଯାଇଥିବା ଅଧିକାରୀ ମାନେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ରେଳବାଇ ପାସେଂଜର ସେବାକୁ ୧୪ ଏପ୍ରିଲ ଯାଏ ବାତିଲ କରିବା ନେଇ ଘୋଷଣା କରିଥିଲା । ସେହିପରି ମଇ ମାସ ୩ ତାରିଖ ରାତ୍ରି ୧୧.୫୯ ଯାଏ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବାକୁ ବାତିଲ କରା ଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।