ଜନସାଧାରଣଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ଲକଡାଉନ ମେ' ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି - ଅମିତ ଶାହ

ଜନସାଧାରଣଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ଲକଡାଉନ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି – ଅମିତ ଶାହ

ଦେଶ -ବିଦେଶ ବଡ ଖବର

#ଜନସାଧାରଣଙ୍କ_ଜୀବନ_ରକ୍ଷା_ଦୃଷ୍ଟିରୁ_ଲକଡାଉନ_ମେ’_୩_ପର୍ଯ୍ୟନ୍ତ_ବୃଦ୍ଧି_କରାଯାଇଛି            ନୂଆଦିଲ୍ଲୀ : ଭାରତ ସରକାର କୋଭିଡ-୧୯ ସଂଗ୍ରାମକୁ ଅଧିକ ଜୋରଦାର କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଅବଧି ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଅବଧି ବୃଦ୍ଧି ଦେଶବାସୀଙ୍କ ଜୀବନ ସୁରକ୍ଷା କରିପାରିବ ବୋଲି କହିଛନ୍ତି ।

କରୋନା ସଂକ୍ରମଣକୁ ରୋକିବାରେ ସରକାରଙ୍କ ନିଷ୍ପତିର ପ୍ରଶଂସା କରି ଶ୍ରୀ ଶାହ କହିଛନ୍ତି ଯେ, ସମଗ୍ର ବିଶ୍ୱ ଏହି ମହାମାରୀରେ କବଳିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଜନସାଧାରଣ ଏଦିଗରେ ବିଶ୍ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ସରକାରଙ୍କ ସମୟୋଚିତ ନିଷ୍ପତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ମହାମାରୀର ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେପରି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଛନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । ଏହି ସମନ୍ୱୟକୁ ଅଧିକ ଦୃଢୀଭୂତ କରିବା ସହ ଯେପରି ଜନସାଧାରଣ ଲକଡାଉନ ନିୟମକୁ ଠିକ ଭାବେ ଅନୁସରଣ କରନ୍ତି ଓ କୌଣସି ବ୍ୟକ୍ତି ଯେପରି ଅସୁବିଧାରେ ନପଡନ୍ତି, ତାହା ଦେଖିବାକୁ ହେବ ବୋଲି ସେ କହିଛନ୍ତି ୟ କରୋନା ସଂଗ୍ରାମରେ ଆଗରେ ଥିବା ପେଷାଦାର ସ୍ୱାସ୍ଥ୍ୟ କର୍ମ·ରୀ ଓ ସୁରକ୍ଷା ବଳଙ୍କୁ ସେ ଅଭିବାଦନ ଜଣାଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମ·ରୀ, ପୁଲିସ ଏବଂ ଅନ୍ୟାନ୍ୟ ନିରାପତା ଦାୟିତ୍ୱରେ ଥିବା ବ୍ୟକ୍ତିଗଣ ଏଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କ ସାହସ ଓ ଏଭଳି ଘଡିସନ୍ଧି ମୁହୂର୍ତର ଉପଲବ୍ଧି ପ୍ରତ୍ୟେକ