ଫେରୁଛନ୍ତି ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୧୩୮ ଭାରତୀୟ

ଫେରୁଛନ୍ତି ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୧୩୮ ଭାରତୀୟ

ଦେଶ -ବିଦେଶ ବଡ ଖବର

#ଫେରୁଛନ୍ତି_ଡାଇମଣ୍ଡ_ପ୍ରିନସେସ_ଜାହାଜରେ_ଥିବା_୧୩୮_ଭାରତୀୟ   ନୂଆଦିଲ୍ଲୀ : ଜାପାନର ୟାକାହାମା ବନ୍ଦରରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଭାରତୀୟ ମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଫେରାଇ ଅଣାଯାଉଛି । ତେବେ କେବଳ ସଂକ୍ରମିତ ହୋଇନଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ଏହି ଜାହାଜରେ ଥିବା ମୋଟ ୧୬ ଭାରତୀୟଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି । ଏମାନେ ଜାପାନରେ ଚିକିତ୍ସାଧୀନ ରହିବେ । ଏମାନଙ୍କୁ ଛାଡ଼ି ଅବଶିଷ୍ଟ ଆଉ ପ୍ରାୟ ୧୨୨ ଜଣ ଭାରତ ଫେରୁଛନ୍ତି । ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯିବ । ୧୪ ଦିନ ପରେ ଭାରତୀୟ ଡାକ୍ତରୀ ଦଳ ପରୀକ୍ଷା କରି ରିପୋର୍ଟ ଦେବା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ ।
ସୂଚନାଯୋଗ୍ୟ ଯେ, ପ୍ରାୟ ୨୩ ଦିନ ପୂର୍ବେ ଅର୍ଥାତ ଫେବ୍ରୁଆରି ୩ରେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା । ଏହି ଜାହାଜରେ ଥିବା ମୋଟ ୩୭୦୦ ଯାତ୍ରୀଙ୍କ ମଧ୍ୟରୁ ୭୦୦ ଜଣଙ୍କଠାରେ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି । ଏହି ଜାହାଜରେ ମୋଟ ୧୩୮ ଭାରତୀୟ ଥିଲେ ।