ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

ଓଡିଶା ପର୍ଯ୍ୟଟନ ବଡ ଖବର

#ବିଳମ୍ବରେ_ଓଡିଶା_ଛୁଇଁବ_ମୌସୁମୀ        ନୂଆଦିଲ୍ଲୀ  : ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବ । ଆସନ୍ତା ଜୁନରୁ ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ହେବ । ତେବେ ଓଡିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜୁନ୍ ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ଶ୍ରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ୩/୪ ଦିନ ବିଳମ୍ବରେ ମୌସୁମୀ ଆସିବ । କେରଳରେ ଜୁନ ୧ରେ ମୌସୁମୀ ପହଂଚିବା ପରେ ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଂଚିବାର ସମ୍ଭାବନା ରହିଛି । ଓଡ଼ିଶା ସହ ଉତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ । ଉତର ପୂର୍ବାଂଚଳରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ସୂଚନା ରହିଛି । ୧୫ ଜୁଲାଇ ବଦଳରେ ଜୁଲାଇ ୮ରେ ଉତର-ପୂର୍ବାଂଚଳ ଛୁଇଁବ ମୌସୁମୀ ବୋଲି ସେ କହିଛନ୍ତି ।