ଅଜୟ ଭୂଷଣ ପାଣ୍ଡେ ନୂଆ ଅର୍ଥ ସଚିବ

ଅଜୟ ଭୂଷଣ ପାଣ୍ଡେ ନୂଆ ଅର୍ଥ ସଚିବ

ଦେଶ -ବିଦେଶ ବଡ ଖବର

#ଅଜୟ_ଭୂଷଣ_ପାଣ୍ଡେ_ନୂଆ_ଅର୍ଥ_ସଚିବ       ନୂଆଦିଲ୍ଲୀ : ମହାରାଷ୍ଟ୍ର କ୍ୟାଡର ଆଇଏଏସ ଅଫିସର ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୪ ବ୍ୟାଚ ଆଇଏଏସ୍ ଶ୍ରୀ ପାଣ୍ଡେ ଏବେ ରାଜସ୍ବ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ମଙ୍ଗଳବାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି (ଏସିସି) ତାଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛି। ଏ ସମ୍ପର୍କରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ ଭାବେ ସେ ରାଜସ୍ବ ବିଭାଗର ମୁଖ୍ୟ ପଦରେ ମଧ୍ୟ ରହିବେ। ପାଣ୍ଡେ ଏକମାତ୍ର ଅଧିକାରୀ ଯିଏ କି ତିନିଟି ବିଭାଗକୁ ଏକକାଳୀନ ଚଳାଇ ଆସୁଥିଲେ। ଏହି ବିଭାଗଗୁଡିକ ହେଲା ରାଜସ୍ବ, ଜିଏସଟିଏନ ଓ ୟୁଆଇଡିଏଆଇ। ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପାଣ୍ଡେ ମିନେସୋଟା ବିଶ୍ବବିଦ୍ୟାଳୟରୁ କମ୍ପୁଟର ବିଜ୍ଞାନରେ ପିଏଚଡି ହାସଲ କରିଛନ୍ତି।