ଦ୍ୱିତୀୟ ପର୍ଯ୍ୟାୟରେ ୨୨୬୧ ଗ୍ରାମ ପଞ୍ଚାୟତ , ୮୦ ପୌରାଞ୍ଚଳରେ ନିରାଶ୍ରୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଦ୍ୱିତୀୟ ପର୍ଯ୍ୟାୟରେ ୨୨୬୧ ଗ୍ରାମ ପଞ୍ଚାୟତ , ୮୦ ପୌରାଞ୍ଚଳରେ ନିରାଶ୍ରୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଓଡିଶା ବଡ ଖବର

#୨୨୬୧_ଗ୍ରାମ_ପଞ୍ଚାୟତ_୮୦_ପୌରାଞ୍ଚଳରେ_ନିରାଶ୍ରୟଙ୍କୁ_ଦିଆଯାଉଛି_ରନ୍ଧା_ଖାଦ୍ୟ       ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତର ରହିବ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେହିପରି ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବେ ।
ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନ୍ସନ୍ ଦିଆଯାଉଛି । ବର୍ତମାନ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନ୍ସନ୍ ବଂଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନ୍ସନ୍ ଦିଆଯିବାର ପ୍ରକ୍ରିୟା ଜାରି ରହିଛି ।
ରାଜ୍ୟରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍ ଅଛି । ଏଥି ପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏହା ଫଳରେ ସାମାଜିକ ଦୂରତା ବଜାୟ ରହିବ ଏବଂ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ।