କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#କୋଭିଡ୍_ମୁକାବିଲା_ସ୍ଥିତି_ସମୀକ୍ଷା_କଲେ_ଗଣଶିକ୍ଷା_ମନ୍ତ୍ରୀ         ପିପିଲି 🙁 ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲାକୁ ପ୍ରବାସୀଙ୍କୁ ନେଇ ଆସୁଥିବା ପ୍ରତ୍ୟେକ ବସକୁ କୃପାଜଳ ଇଂଜିନିୟରିଂ କଲେଜରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁଯାୟୀ ଏଠାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଆଜି ଏଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ଅଭ୍ୟର୍ଥନା କକ୍ଷ ବୁଲିବା ସହ ସେଠାରେ ପ୍ରବାସୀଙ୍କ ରେଜିଷ୍ଟ୍ରେସନ ଓ ଟେଷ୍ଟ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି ତାହା ମନ୍ତ୍ରୀ ବୁଲି ଦେଖିଥିଲେ । ସବୁକିଛି ଠିକଠାକ୍ ଥିବା ବେଳେ ଜିଲ୍ଲା ପ୍ରଶାସନର ସମସ୍ତ ବନ୍ଦୋବସ୍ତ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀ ଦାସ । ସ୍ଥିତି ଅନୁଧ୍ୟାନ କରିବା ସମୟରେ ପ୍ରବାସୀଙ୍କ ପାଇଁ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ ସେନେଇ ବିଶେଷ ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ପିପିଲି ତହସିଲଦାର ସପନ କୁମାର ନନ୍ଦ, ପିପିଲି ବିଡିଓ ଗୌରବମୟ ପ୍ରଧାନ, ପିପିଲି ଆଇଆଇସିଶରତ କୁମାର ସାହୁ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, କୃପାଜଳ ଇଂଜିନିୟରିଂ କଲେଜରେ ପ୍ରବାସୀମାନଙ୍କ ଗାଡି ପହଂଚିବା ପରେ ସେଠାରେ ସମସ୍ତଙ୍କର ଥର୍ମାଲ ସ୍କ୍ରିଂନିଂ କରାଯିବା ସହ ଆଂଟିବଡି ରାପିଡ୍ ଟେଷ୍ଟ କରାଯିବ । ପଜିଟିଭ କେସ ଆସିଲେ ସେମାନଙ୍କୁ କୋଭିଡ୍ ହସପିଟାଲକୁ ପଠାଯିବା ସହ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ସେମାନଙ୍କ ବ୍ଲକକୁ ପଠାଇ ଦିଆଯିବ । ସମସ୍ତଙ୍କର ଏଠାରେ ଅଭ୍ୟର୍ଥନା କକ୍ଷରେ ରେଜିଷ୍ଟ୍ରେସନ କରାଯିବ । ଯେଉଁମାନଙ୍କୁ ସେମାନଙ୍କ ବ୍ଲକକୁ ପଠାଯିବ ସେମାନଙ୍କ ବିଡିଓ  କିମ୍ବା ତହସିଲଦାରଙ୍କ ଉପସ୍ଥିତିରେ ପ୍ରବାସୀଙ୍କୁ ହସ୍ତାନ୍ତର କରାଯିବ । ଗତକାଲି ଗୋଟିଏ ବସରେ ୧୭ ଜଣ ପ୍ରବାସୀ ଆସିଥିବା ବେଳେ ଆଜି ୪ଟି ଗାଡିରେ ବାଙ୍ଗାଲୋର, ଚେନାଇ, ତାମିଲନାଡୁ, ସୁରତରୁ ମୋଟ ୬୭ଜଣ ପ୍ରବାସୀ କୃପାଜଳରେ ପହଂଚିଛନ୍ତି । ତେବେ ଆଜି ପୁରୀ ଜିଲ୍ଲାର ସମସ୍ତ ବ୍ଲକର ୬୭ଜଣ ପ୍ରବାସୀ ଆସିଥିବା ଜଣାପଡିଛି ।