କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#କରୋନା_ପାଇଁ_୨୨୦୦_କୋଟି_ଟଙ୍କାର_ପ୍ୟାକେଜ୍_ଘୋଷଣା_କଲେ_ମୁଖ୍ୟମନ୍ତ୍ରୀ      ଭୁବନେଶ୍ୱର  :  କରୋନା ମୁକାବିଲା ଲାଗି ଓଡିଶାର ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ୨୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ।
ଏସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ୩ ମାସର ରାସନ୍ ଆଗୁଆ ଦେବାକୁ ଘେ।ଷଣା କରିଛନ୍ତି । ଏହି ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ । ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତା ଦିଆଯାଉଛି । ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପକ୍ଷରେ ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ୍ ଆଜି ସାରା ବିଶ୍ୱ ପାଇଁ ଏକ ବଡ ସଙ୍କଟ ଭାବରେ ଦେଖାଦେଇଛି । ଏହିସଙ୍କଟ ଦ୍ୱାରା ଆମର ଗରିବ ଲୋକଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଯାଉଛି । ଏହାସହ ଓଡ଼ିଶାର ଜନସାଧାରଣ ଘରେ ରହି କରୋନାଠାରୁ ଦୂରରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଅନୁରୋଧ କରିଛନ୍ତି ।