ଓଡିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ଖୋଲିଲା ହେଲପ୍ ଲାଇନ୍ ନମ୍ବର

ଅନ୍ୟ ରାଜ୍ୟରୁ ଅସିଥିବା ୫୫୪୭ ଶ୍ରମଜୀବୀଙ୍କୁ ୩୬ଟି ଶିବିରରେ ରଖାଯାଇଛି

ଓଡିଶା ବଡ ଖବର

#ଅନ୍ୟ_ରାଜ୍ୟରୁ_ଅସିଥିବା_୫୫୪୭_ଶ୍ରମଜୀବୀଙ୍କୁ_୩୬ଟି_ଶିବିରରେ_ରଖାଯାଇଛି          ଭୁବନେଶ୍ୱର  :    କରୋନା ସଂକ୍ରମଣ ଆଶଙ୍କାରେ ଶୁକ୍ରବାର ଦିନ ସୁଦ୍ଧା ୨୫୬ ଟି ନମୂନା ଯାଂଚ ପାଇଁ ପଠାଯାଇଛି । ସେଥିମଧ୍ୟରୁ ୧୮୯ ଟି ରିପୋର୍ଟ ମିଳିଛି । ବର୍ତମାନ ସୁଦ୍ଧା ୩ ଟି ରିପୋର୍ଟ ପଜିଟିଭ୍ ରହିଛି । ପୂର୍ବରୁ ପଜିଟିଭ୍ ଚିହ୍ନଟ ୨ ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି । ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ବ୍ୟକ୍ତିଙ୍କ ଚିକିତ୍ସା ଜାରୀ ରହିଛି । ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କର ଜ୍ୱର ରହିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାପାଇଁ ଉଦ୍ୟମ ଜାରୀ ରହିଛି । ପ୍ରଥମ ୨ ପଜିଟିଭ୍ଙ୍କ ସଂସ୍ପର୍ଶରେ ବର୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛି । ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ୪୪୯୫ ଜଣ ୧୦୪ ହେଲ୍ପ ଲାଇନ୍ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୭ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

କୋଭିଡ୍-୧୯କୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ରାଜ୍ୟର ସମସ୍ତ କର୍ତୃପକ୍ଷଙ୍କୁ ଏହାର ଆବଶ୍ୟକୀୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ପହଂଚିଥିବା ପ୍ରାୟ ୫୫୪୭ ଶ୍ରମଜୀବୀଙ୍କ ପାଇଁ ଲକ୍ ଡାଉନ୍ ସମୟରେ ୩୬ଟି ଶିବିରରେ ଖାଦ୍ୟପେୟ ଓ ରହଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଏହି ଶ୍ରମଜୀବୀମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତର ପ୍ରଦେଶ, ରାଜସ୍ଥାନ, କେରଳ, ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି ।