ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#ସୁସ୍ଥ_ହେଲେ_ଆଉ_୪୩_କରୋନା_ଆକ୍ରାନ୍ତ              ଭୁବନେଶ୍ୱର   :  ରାଜ୍ୟରେ ଆଉ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୪୩ଜଣଙ୍କ ମଧ୍ୟରେ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଏବଂ ଯାଜପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡା, କଟକ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୪୩୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଶୁକ୍ରବାର ରାଜ୍ୟରେ ପୁଣି ୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି ।