କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଭୁବନେଶ୍ୱରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ଭୁବନେଶ୍ୱରରୁ_୯_କରୋନା_ଆକ୍ରାନ୍ତ_ଚିହ୍ନଟ         ଭୁବନେଶ୍ୱର :   ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ଗୁରୁବାର ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ୍ ହସ୍ପିଟାଲର ୩ ଜଣ କରୋନା ଯୋଦ୍ଧା ରହିଛନ୍ତି । ଏମାନଙ୍କ ବ୍ୟତୀତ ୪ ଜଣ ହୋମ୍ କ୍ୱାରେଂଟାଇନ୍ ରୁ ଏବଂ ୨ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ଡମଣା ଅଂଚଳର ଜଣେ ୨୫ ବର୍ଷୀୟ ପୁରୁଷ ଆକାନ୍ତ ସୁସ୍ଥ ହୋଇଛନ୍ତି । ଏହି ୯ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଂଚିଛି ।

ଚିହ୍ନଟ ହୋଇଥିବା ୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁର ଅଂଚଳର ବିଡିଏ କଲୋନୀ ର ୨୯ବର୍ଷୀୟ ମହିଳା । ସେ ନିକଟରେ ବିହାରରୁ ଫେରିଥିଲେ । ବିମାନବନ୍ଦର ନିକଟରେ ଥିବା ଭୀମପୁର ଅଂଚଳର ୪୬ ବର୍ଷୀୟ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ବେଳେ,ଭୀମପୁର ୟୁନିଟ-୬ର ୨୩ବର୍ଷିୟ ମହିଳା କୋଲକାତାରୁ ଫେରିଥିଲେ । ସେହିପରି ସାଲିଆ ସାହି ନିରଙ୍କାରି ନଗରରୁ ୧୯ବର୍ଷିୟ ଯୁବକ ଦିଲ୍ଲୀ ଫେରନ୍ତା କରାନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍(ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଥିବା ଏକ କୋଭିଡ ଡାକ୍ତରଖାନାରୁ ୩ଜଣ କରୋନା ଯୋଦ୍ଧା(୩୬ବର୍ଷିୟ ବ୍ୟକ୍ତି, ୩୭ବର୍ଷିୟ ବ୍ୟକ୍ତି ଏବଂ ୩୦ବର୍ଷୀୟ ମହିଳା) ରହିଛନ୍ତି । ଏମାନଙ୍କ ବ୍ୟତୀତ ଗାଡ଼କଣ ମହିମା ନଗରରୁ ୨ଜଣ ସ୍ଥାନୀୟ ବ୍ୟକ୍ତି(୫୩ବର୍ଷୀୟ ବ୍ୟକ୍ତି, ୧୪ବର୍ଷିୟ ବାଳକ) କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।ସେମାନେ ଘରୋଇ ଡାକ୍ତରଖାନାର କର୍ମଚାରୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହି ସବୁ ଅଂଚଳକୁ ଏବେ ସାନିଟାଇଜ କରାଯାଉଥିବା ବେଳେ ୯ଜଣ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ଅନୁସନ୍ଧାନ ଜାରି ରହିଛି ।