ଆବଶ୍ୟକ ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ପାଶ୍ ଦିଆଯିବ : ଜିଲ୍ଲାପାଳ

ଆବଶ୍ୟକ ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ପାଶ୍ ଦିଆଯିବ : ଜିଲ୍ଲାପାଳ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଅତ୍ୟାବଶ୍ୟକୀୟ_ସାମଗ୍ରୀ_ବ୍ୟବସାୟୀ_ଓ_ଚାଷୀ_ମାନଙ୍କୁ_ପାଶ୍_ଦିଆଯିବ      ଯାଜପୁର   : ( ବିଶ୍ବଜିତ ରଣା )   ଜିଲ୍ଳାରେ ଲକଡାଉନ ଚାଲିଥିବା ବେଳେ ବ୍ରହ୍ମବରଦାର ତିନି କିଲୋମିଟର ପରିସର ମଧ୍ୟରେ ଥିବା ୧୨ ଗୋଟି ଗାଁ ଯଥା- ବ୍ରଦ୍ମବରଦା, ଖଣ୍ଡସ, ବାଲିଗୁଡା, ଲେଙ୍କା ବାଲିସାହି, ମଞ୍ଚେଶ୍ୱର , ଚାନ୍ଦପୁର, କୋଠିଡିହ, ବଡରିପଦା, ବାଙ୍କସାହି, ସାହାପଡା, ବନ୍ଧଡିହ ଓ ଦେଊଳି (ଆଂଶିକ) କୁ କଣ୍ଟେନମେଣ୍ଟ ଜୋନ ଭାବେ ଅପ୍ରେଲ ୧୨ ତାରିଖଯାଏ ଘୋଷଣା କରାଯାଇଚ୍ଥି । ଗାଁ ରୁ ବାହାରକୁ ବା ବାହାରୁ ଗାଁ କୁ ପ୍ରବେଶ ପ୍ରସ୍ଥାନ ଉପରେ ରୋକ ଲଗାଯାଇଚ୍ଥି । ତେବେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରାୀ ଯୋଗାଣ ପାଇଁ ପ୍ରଶାସନ ଉଦ୍ୟମ କରିଚ୍ଥି ବୋଲି ଜିଲ୍ଳାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

ପରିବା, ଗ୍ୟାସ ସିଲିଣ୍ଡର ଇତ୍ୟାଦି ଘର ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଚ୍ଥି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ବୋଲି ସେ ଅବଗତ କରାଇଚ୍ଥନ୍ତି । ଅପରପକ୍ଷରେ ଗୁରୁବାର ଠାରୁ ଜିଲ୍ଳ୍ାରେ ବାହାରକୁ ଆସିଲେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଚ୍ଥି । କେବଳ କିଣା ବା ଦାମିକା ନୁହେଁ ଯେ କୈାଣସି ପରିଷ୍କାର ଘର ତିଆରି ମାସ୍କ, ପଣତ କାନି ବା ଚୁନୁରୀକୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ ସୂଚନା ଦେଇଚ୍ଥନ୍ତି । ପରିବା ଦୋକାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ହୋଲସେଲରେ ରିଟେଲର ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଚ୍ଥି । ତେବେ କେତେକ ସ୍ଥାନରେ ପରିବା ନେଇ ଆସୁଥିବା ଚାଷୀ ଓ ବ୍ୟବସାୟୀ ମାନେ ବେପାର ସାରି ଫେରିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖୁଥିବାର ଅଭିଯୋଗ ଆସିବା ପରେ ଜିଲ୍ଳାପାଳ ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ନିର୍ଦ୍ଧାରିତ ହାଟରେ ବ୍ୟବସାୟ କରୁଥିବା ଚାଷୀ ବା ବ୍ୟବସାୟୀଙ୍କୁ ସଂପୃକ୍ତ ହାଟ ପରିଚାଳକ ସଂପୃକ୍ତ ବି.ଡି.ଓ. ବା ନିୟନ୍ତ୍ରିତ ବଜାର କମିଟି ସହ ଯୋଗାଯୋଗ ରଖି ଘର ଠାରୁ ହାଟ ପର୍ଯ୍ୟନ୍ତ ଯିବା ଆସିବାର ପାଶ୍ ପ୍ରଦାନ କରାଯିବ ବୋଲି ଜିଲ୍ଳାପାଳ କହିଚ୍ଥନ୍ତି ।

ସେହିପରି ଗୋ ଖାଦ୍ୟ, ପଶୁ ପକ୍ଷୀ ଖାଦ୍ୟ, କୃଷି ପାଇଁ ବିହନ, ସାର, କୀଟନାଶକ ଇତ୍ୟାଦି ବିକ୍ରୟ ଏହି ସମୟ ମଧ୍ୟରେ କରିବାକୁ ଶ୍ରୀ ଦାସ କହିଥିଲେ । ଦୁଗ୍ଧ ଚାଷୀଙ୍କର କୈାଣସି ସମସ୍ୟା ଥିଲେ ତାହାର ସମାଧାନ ପାଇଁ ପଶୁ ସମ୍ପଦ ଅଧିକାରୀଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଜିଲ୍ଳାର ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମାସ୍କ ଓ ଗ୍ଳୋବସ୍ ପ୍ରସ୍ତୁତ କରି ଯୋଗାଇବାକୁ ସେ ପରାମର୍ଶ ଦେଇଚ୍ଥନ୍ତି । ସେହିପରି ସାନିଟାଇଜରର ଅଭାବ ଦୂର ପାଇଁ ଅନୁରୂପ ବ୍ୟବସ୍ଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ବିଭାଗ ନିଜ ନିଜ ମାଷ୍ଟର ଓ ମାଇକ୍ରୋ ପ୍ଳାନ କରି ଲୋକଙ୍କୁ କର୍ମ ନିଯୁକ୍ତିରେ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ରାଜସ୍ୱ ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତି, ଉପ ଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଅନ୍ୟାନ୍ୟ  ଜିଲ୍ଳାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।