ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପ୍ରାକୃତିକ_ବିପର୍ଯ୍ୟୟ_କମିଟିରେ_ସାଂସଦ_ଓ_ବିଧାୟକଙ୍କ_ସମୀକ୍ଷା        କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ଅପରାହ୍ନ ରେଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶି ଭୂଷଣ ବେହେରା, ରାଜ ନଗର ବିଧାୟକ-ଧୃବ ଚରଣ ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଅୟୋଜିତ ଏହି ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ ସାଂସଦ ଶ୍ରୀ ମହାନ୍ତି ଏବଂ ବିଧାୟକ, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଜଳସେଚନ ଆରଡି, ନିର୍ବାହୀ ଯନ୍ତ୍ରୀ, ସାଲାଇନ, ଆର ଡବ୍ଲୁ ଏସ ଏସ ପ୍ରମୁଖ ଯନ୍ତ୍ରୀ ମାନଙ୍କ ସହିତ ଭିଡିଓ କଲିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଆଲୋଚନାସମୟରେ ରାଜନଗର ବିଧାୟକ ଶ୍ରୀ ସାହୁ ରାଜନଗର ର ତାଳଚୁଆ ଓ ପୁରସ୍ତମପୁର ଅଞ୍ଚଳର ପାଇଁ ସଜାଗ ରହିବାକୁ ସାଲାଇନ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରା ୨୦୨୦ ମସିହାର ମୈାସୁମୀ ଆଗମନ ପୂର୍ବରୁ ଦୁର୍ବଳ ନଦୀବନ୍ଧ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ଥିବା ୩୮ଟି ସୁଇସ୍ ଗେଟ୍ ଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରିବା, ପୁରୁଣା ଘାଇ ଗୁଡିକୁ ମରାମତି କରିବା, ନଦୀବନ୍ଧ ରାସ୍ତା ଗୁଡିକୁ ବନ୍ୟାଜଳ ପ୍ରତିରୋଧ ପାଇଁ ଆବଶ୍ୟକୀୟ ମରାମତି କରିବା , ଜୁନ ମାସ ରୁ ନଭେମ୍ବର ପର୍ଯ୍ୟନ୍ତ ୬ମାସ ଧରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା ପ୍ରଭୃତି ଉପରେ ସାଂସଦ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଏହାସହ ବିଦ୍ୟୁତ୍ ବିଭାଗକୁ ସଜାଗ ରହିବା ପାଇଁ ବୈଠକରେ ଆଲୋଚନା କରା ଯାଇଥିଲା ା ଏଥି ସହିତ ବନ୍ୟା ଆସିବା ପୂର୍ବରୁ ତଳିଆ ଅଂଚଳ ବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇ ଥିଲେ । ଯେଭଳି କୈାଣସି ଅଂଚଳରେ ଜଣେ ହେଲେ ବ୍ୟକ୍ତି ଅସୁବିଧା ର ସମ୍ମୁଖୀନ ନହେବ ସେନେଇ ପ୍ରଶାସନ ସଜାଗ ରହିବାକୁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ(ରାଜସ୍ୱ), ପିଡି ଦିଲିପ କୁମାର ପରିଡା,ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଗାଗରିନ ମହାନ୍ତି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସମ୍ବିତ୍ ଶତପଥୀ, ଯୋଗାଣ ବିଭାଗ ଅଧିକାରୀ ରଜନୀକାନ୍ତ ଦାସ, ଏହାସହ ସମସ୍ତ ବିଦ୍ୟୁତ୍
ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।