ସୁସ୍ଥ ହେଲେ ଆଉ ୯୭ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୯୭ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#ସୁସ୍_ ହେଲେ_ଆଉ_୯୭_କରୋନା ଆକ୍ରାନ୍ତ            ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଦିନ ଆଉ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୭ଜଣ ରହିଛନ୍ତିି । ସେହିପରି ଖୋର୍ଦ୍ଧାରୁ ୧୬, ଗଞ୍ଜାମରୁ୧୬, କନ୍ଧମାଳ ରୁ୧୪, ମୟୂରଭଞ୍ଜରୁ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡା ରୁ ୩, ବରଗଡରୁ୨, କେନ୍ଦୁଝରରୁ ୨ ଓ ଢେଙ୍କାନାଳଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
କୃଷିବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବୈଠକ