ବେଧଡକ ଚାଲିଛି ଧଳା ଜହର ବେପାର

ଅପରାଧ ଓଡିଶା ଜିଲ୍ଲା ବଡ ଖବର ବାଲେଶ୍ୱର ରାଜ୍ୟ

ଭୁବନେଶ୍ବର : ବାଲେଶ୍ବରରୁ ଭୁବନେଶ୍ବର। ବେଧଡକ ଚାଲିଛି ଧଳା ଜହର ବେପାର । ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବରମୁଣ୍ଡା ଅଞ୍ଚଳରୁ ଶେଖ ମୁସ୍ତାକିନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ତା ନିକଟରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲା ।

ବିଶେଷ କରି କଲେଜ ଛାତ୍ରଛାତ୍ରୀଙ୍କୁ ବ୍ରାଉନସୁଗାର ବେପାରୀଙ୍କୁ ସାମିଲ କରାଯାଉଥିଲା । ତେବେ ଗତ ୨୨ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଭୁବନେଶ୍ବର, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ପିପିଲି, ଢେଙ୍କାନାଳ, ଭଦ୍ରକ ଆଦି ଜିଲ୍ଲାରେ ଚଢାଉ କରି ୨୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଏଥି ସହ ୮୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥି ସହ ୩୨୫ ଗ୍ରାମ ଅଫିମ ଓ ୧୩ ଲକ୍ଷ ୨୧ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।