ଶୁଖୁଆ ନାଁରେ ବିକା ହେଉଛି ବିଷ , ଖାଇଲେ ହେଉଛି କ୍ୟାନସର !

ଓଡିଶା ଫୁରସତ ବଡ ଖବର ବିଶେଷ

#ଶୁଖୁଆ_ଖାଇଲେ_ହେଉଛି_କ୍ୟାନସର ପାରାଦୀପ : ଶୁଖୁଆ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ । ପଖାଳ କଂସା ସାଙ୍ଗକୁ ଶୁଖୁଆର ଯୋଡ଼ି ବେଶ ଜମେ । କେବଳ ଗରିବ ଗୁରୁବା ନୁହନ୍ତି ଶୁଖୁଆ ପ୍ରତି  ବଡ଼ ବଡ଼ ଲୋକଙ୍କର ବି ଦୁର୍ବଳତା ରହିଛି ।  ଭଲ ଶୁଖୁଆ ଖଣ୍ଡେ ପାଇଗଲେ ମାଛ, ମଟନ, ଚିକେନ୍‌ ସାଥି ମଧ୍ୟ ଛାଡି ଦିଅନ୍ତି । ଆମ ରାଜ୍ୟରେ ଶୁଖୁଆର ଚାହିଦାକୁ  ପାରାଦୀପ ଠାରୁ ପୁରୀ, ବାଣପୁର ଓ  ବାଲେଶ୍ବର ସବୁଠି ମତ୍ସଜୀବୀମାନେ ପ୍ରଚୁର ପରିମାଣରେ ଶୁଖୁଆ ପ୍ରସ୍ତୁତ କରିଥାନ୍ତି । ହେଲେ ଏଇ ଶୁଖୁଆ ଯେ, ଆମ ସ୍ବାସ୍ଥ୍ୟ ପାଇଁ କେତେ ହାନୀକାରକ ତାହା ହୁଏତ ଅନେକ ଜାଣିନାହାନ୍ତି ।ଶୁଖୁଆ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଫର୍ମାଲିନ୍‌ ଓ ବିଭିନ୍ନ ରାସାୟନିକ ପଦାର୍ଥ କ୍ୟାନସର ଭଳି ରୋଗ ସୃଷ୍ଟି କରିଥାଏ ।ଶୁଖୁଆକୁ ସାବଧାନ୍‌ । ଶୁଖୁଆ ନାଁରେ ବିକ୍ରି ହେଉଛି ବିଷ । ଶୁଖୁଆ ଖାଇଲେ ହେଉଛି କ୍ୟାନସର ।

କେମିତି ଶୁଖୁଆରେ ମିଶାଯାଉଛି ରସାୟନିକ ଫର୍ମାଲିନ୍‌ । ଯେଉଁ ଫର୍ମାଲିନକୁ ଶୁଖୁଆ ପ୍ରସ୍ତୁତକାରୀ ହାତରେ ଗୋଳାଇବାକୁ ବି ଭୟ କରୁଛନ୍ତି, ସେଇ ଫର୍ମାଲିନ୍‌ ମିଶା ଶୁଖୁଆକୁ ବଜାରରୁ କିଣି ଖାଉଛନ୍ତି ଲୋକେ । ପୂର୍ବରୁ ମତ୍ସଜୀବୀମାନେ ମାଛରେ କେବଳ ଲୁଣ ଗୋଳାଇ ଖରାରେ ଶୁଖାଇ ଶୁଖୁଆ ପ୍ରସ୍ତୁତ କରୁଥିଲେ ।ହେଲେ ଏବେ ଶୁଖୁଆର ଚାହିଦାକୁ ଦେଖି ବେପାର ପାଇଁ ମାଛକୁ ଖରାରେ ଅଳ୍ପ ସମୟ ଶୁଖାଇବା ପରେ ଏଥିରେ ଫର୍ମାଲିନ୍‌ ଭଳି କେମିକାଲ ଦିଆଯାଉଛି । ଆଉ କେମିକାଲ ଦେବାର ୨ଘଣ୍ଟା ଭିତରେ ବଜାରକୁ ଛାଡ଼ିବାକୁ ପ୍ରସ୍ତୁତ ହୋଉଯାଉଛି ଶୁଖୁଆ ।

ଶୁଖୁଆରେ କେବଳ ଫର୍ମାଲିନ୍‌ କାହିଁକି ଏହାକୁ ଅନେକ ଦିନ ଧରି ତାଜା ରଖିବାକୁ ଆହୁରି ଅନେକ ପ୍ରକାରର କେମିକାଲ୍‌ ବ୍ୟବହାର କରାଯାଉଛି । ଯାହାକୁ ଖାଇବା ଦ୍ବାରା ମଣିଷ ଶରୀରରେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ସୃଷ୍ଟି ହେଉଛି ।  ଯାହାକୁ ଡାକ୍ତରମାନେ ମଧ୍ୟ ସ୍ବୀକାର କରୁଛନ୍ତି ।ଲୁଣ-ପାଣି ସହ ଫର୍ମାଲିନ୍‌ । ଶୁଖୁଆ ପ୍ରସ୍ତୁତିରେ ଏ ସାଂଘାତିକ ଚିତ୍ର ଦେଖିଲେ ଶୁଖୁଆ ପ୍ରତି ଯେ ମୋହ ତୁଟିବ ଏଥିରେ ସନ୍ଦେହ ନାହିଁ ।