ସେନାରେ ସାମନାକୁ ଆସିଲା କରୋନା ପଜିଟିଭ୍ ର ପ୍ରଥମ ମାମଲା

ସେନାରେ ସାମନାକୁ ଆସିଲା କରୋନା ପଜିଟିଭ୍ ର ପ୍ରଥମ ମାମଲା

ଦେଶ -ବିଦେଶ ବଡ ଖବର

#ସେନାରେ_ସାମନାକୁ_ଆସିଲା_କରୋନା_ପଜିଟିଭ୍_ର_ପ୍ରଥମ_ମାମଲା   ନୂଆଦିଲ୍ଲୀ  : ଭାରତୀୟ ସେନାରେ କରୋନା ପଜିଟିଭ୍ ହୋଇଥିବା ପ୍ରଥମ ମାମଲା ସାମନାକୁ ଆସିଛି । ବୁଧବାର ଦିନ ଲଦାଖରେ ଆଉ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରେ କରୋନା ଜୀବାଣୁ ନିଶ୍ଚିତ ହୋଇଛି । ଏହା ସହିତ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି । ଏହି ଉଭୟ ରୋଗୀ ଲେହର ବାସିନ୍ଦା

ଲଦାଖ ସ୍କାଉଟ୍ ସହ ସମ୍ପର୍କିତ ପଦାତିକ ସେନା ରେଜିମେଂଟର ଜଣେ ସୈନିକ କରୋନା ପୀଡିତ ହୋଇଥିବା ଜଣା ପଡିଛି । ଏହି ସୈନିକ ଜଣଙ୍କ ଗତ ମାସରେ ଛୁଟିରେ ତାଙ୍କ ଗାଁକୁ ଯାଇଥିଲେ ଓ ମାର୍ଚର ପ୍ରଥମ ସପ୍ତାହରେ ଫେରି ଡ୍ୟୁଟିରେ ସାମିଲ ହୋଇଥିଲେ ।

ସେନା ପକ୍ଷରୁ ଆଡଭାଇଜରୀ ଜାରୀ କରି କୁହାଯାଇଛି ଯେ ନିୟନ୍ତ୍ରଣ ରେଖା ନିକଟରେ ଓ ଜାମ୍ମୁ କଶ୍ମୀରରେ ପୋଷ୍ଟିଂ ହୋଇଥିବା ସେନା କର୍ମଚାରୀ ଓ ଅଧିକାରୀ ମାନେ ଅନାବଶ୍ୟକ ଯାତ୍ରା କରିବା ଉଚିତ ନୁହେଁ । ଏହା ସତ୍ୱେ ଏହି ସୈନିକ ଜଣଙ୍କ ତାଙ୍କ ଘରକୁ ଯାଇ ସେଠାରୁ ଫେରି କରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ପିତା ନିକଟରେ ଇରାନ ଗସ୍ତରୁ ଫେରିଥିଲେ ଏବଂ ସେଠାରୁ କରୋନା ସଂକ୍ରମିତ ହେବା ପରେ ସେ ଫେରି ଆସିଥିଲେ । ତାଙ୍କୁ ପୂର୍ବରୁ ଆଇସୋଲେଟ କରାଯାଇଥିଲା । ଯେତେବେଳେ ସେନା କର୍ମଚାରୀ ଡ୍ୟୁଟିକୁ ଫେରିଲେ, ତାଙ୍କୁ ଯାଞ୍ଚ କରାଯାଇଥିଲା ଓ ସେଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେନାର କୌଣସି ସୈନିକ କରୋନା ଭୁତାଣୁ ସଂକ୍ରମଣର ଏହା ପ୍ରଥମ ଘଟଣା । ତାଙ୍କୁ ଲେହର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କୁ ଅଲଗା ରଖାଯାଇଛି ।