ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ପୈାରାଞ୍ଚଳରେ ସାନିଟାଇଜ

ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ପୈାରାଞ୍ଚଳରେ ସାନିଟାଇଜ

ଓଡିଶା ଜିଲ୍ଲା ପୁରୀ
#ଅଗ୍ନିଶମ_ବିଭାଗ_ପକ୍ଷରୁ_ପିପିଲି_ପୈାରାଞ୍ଚଳରେ_ସାନିଟାଇଜ      ପିପିଲି  :  ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଞ୍ଚଳ ରେ ଗୁରବାର ଅଗ୍ନିଶମ ବିଭାଗ ପକ୍ଷରୁ ପିପିଲି ସହରକୁ ସାନିଟାଇଜ କରାଯାଇଛି । ପୁରୀ ଜିଲ୍ଲା ପିପିଲି ଦାନଗହିର ଅଞ୍ଚଳରୁ ପ୍ରଥମ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଥିଲା । ତେବେ ପିପିଲି ପୈାରାଞ୍ଚଳକୁ ସାନିଟାଇଜ କରିବା ପାଇଁ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ପୈାରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ପିପିଲି ପୈାରାଞ୍ଚଳକୁ ସାନିଟାଇଜ କରିବା ପାଇଁ  ପିପିଲି ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପିପିଲି ଅଗ୍ନିଶମ ବିଭାଗ ଅଧିକାରୀ ଅଜିତ୍ ଗୈାଡା ଙ୍କ ନେତୃତରେ ଜ୍ୟୋତିଶ୍ୟାମ ରଥ,ମଳୟ କୁମାର ପଣ୍ଡା ଅଗ୍ନିଶମ ,ସଂଜୀବ୍ କୁମାର ଜେନା, ନିହାର ରଂଜନ ମହାପାତ୍ର ,ମନୋଜ ସେନାପତି ,ମନୋଜ ଧନୱାର ପ୍ରମୁଖ କର୍ମଚାରୀ ମାନଙ୍କ ସହଯୋଗରେ  ପୁର୍ବାହ୍ନରେ ପିପିଲି ଖଣ୍ଡିଆଗିରି ଛକରୁ ସାନିଟାଇଜ କାର୍ଯ୍ୟ ଆରମ୍ଭ କରି ବ୍ଲକ ଛକ ଏବଂ ତହସିଲ ଛକ, ମେଡିକାଲ ଛକ, ହାଟଛକ, ଥାନା କାର୍ଯ୍ୟାଳୟ ପରିସର, ନିମାପଡା ଛକ ଦେଇ ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରି କେନାଲ ବନ୍ଧରେ ଯାଇଥିବା ରାସ୍ତାରେ ଜୟପୁରକିଲ୍ଲା ଛକ ଦେଇ କଲେଜ ଛକ ଏବଂ ହାଟଛକ ପର୍ଯ୍ୟନ୍ତ ସାନିଟାଇଜ କରିଥିବା ଅଗ୍ନିଶମ ଅଧିକାରୀ ପିପିଲି ଙ୍କ ଠାରୁ ପ୍ରକାଶ  ।