ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

 ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପୁଣି ଆରମ୍ଭ ହେଲା ପ୍ରସ୍ତୁତି

ଦେଶ -ବିଦେଶ ଅପରାଧ ବଡ ଖବର

 #ନିର୍ଭୟା_ଦୋଷୀଙ୍କୁ_ଫାଶୀ_ଦେବା_ପାଇଁ_ପୁଣି_ଆରମ୍ଭ_ହେଲା_ପ୍ରସ୍ତୁତି   ନୂଆଦିଲ୍ଲୀ  : ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଫନ୍ଦାରେ ଚଢାଇବା ଲାଗି ପ୍ରକ୍ରିୟା ବୁଧବାର ସକାଳୁ ଆରମ୍ଭ ହୋଇଛି । ଘାତକ ପବନଙ୍କୁ ଆଜି ତିହାର ଜେଲ୍ ନମ୍ବର ୩ରେ ସ୍ଥିତ ଫାଶୀ ଘର ପରିଦର୍ଶନ କରାଯାଇଛି । ଏହି ସମୟରେ ଘାତକ ପବନ ଡମି ଫାଶୀର ପରୀକ୍ଷଣ କରିଛି । ଏହା ସହିତ ସମସ୍ତ ଆଇନଗତ ପ୍ରକ୍ରିୟାର ପାଳନ କରାଯାଇଛି, ଯାହା ଫାଶୀ ସମୟରେ କରାଯାଏ ।

ଜେଲ୍ ପ୍ରଶାସନ ଅନୁସାରେ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲାଯିବ । ତିହାର୍ ଜେଲର ପୂର୍ବତନ ମୁଖପାତ୍ର ତଥା ଆଇନ ପରାମର୍ଶଦାତା ସୁନିଲ ଗୁପ୍ତାଙ୍କ ଅନୁସାରେ ନିଜର ୩୫ ବର୍ଷର କାର୍ଯ୍ୟକାଳରେ ସେ ଆଠ ଫାଶୀ ଦେଖିଛନ୍ତି । ଏଥିରେ ୧୯୮୨ରେ ହୋଇଥିବା ରଙ୍ଗା-ବିଲ୍ଲାଙ୍କ ଫାଶୀ ଓ ୨୦୧୩ରେ ଅଫଜଲ ଗୁରୁର ଫାଶୀ ସାମିଲ । ସୁନିଲ ଗୁପ୍ତାଙ୍କ ଅନୁଯାୟୀ ତିହାର ଜେଲର ଇତିହାସରେ ପ୍ରଥମ ଥର ଏକ ସଙ୍ଗେ ଚାରି ଦୋଷୀଙ୍କୁ ଫାଶୀରେ ଝୁଲାଯିବ ।

ସୁନିଲ ଗୁପ୍ତାଙ୍କ ଅନୁସାରେ ତିହାର ଜେଲ୍ ସଂଖ୍ୟା ତିନିରେ ଫାଶୀର କଠୋରୀ ରହିଛି । ମାର୍ଚ୍ଚ ୨୦ ସକାଳ ପ୍ରାୟ ୪ଟାରେ ଦୋଷୀଙ୍କୁ ଫାଶୀ ଲାଗି ଉଠାଯିବ । ସେମାନଙ୍କୁ ଗାଧୋଇବା ଲାଗି ପଚରା ଯିବ । ସେମାନଙ୍କୁ ପିଇବାକୁ ଚା ଦିଆଯିବ । ଏହା ପରେ ସେମାନଙ୍କୁ କଳା କପଡା ପିନ୍ଧିବାକୁ ଦିଆଯିବ । ପ୍ରାୟ ୪ଟା ୩୦ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍ ସେଠାରେ ପହଁଚିବେ ଏବଂ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚାରିବେ । ଯଦି ମେମାନେ କୋର୍ଟର କୌଣସି ଆଇନଗତ ପ୍ରକ୍ରିୟା ପୂରା କରିବାକୁ ଚାହିଁବେ ତେବେ ଏହାକୁ ରେକର୍ଡ କରାଯିବ । ଏହା ପରେ ଘାତକ ସେମାନଙ୍କର ଦୁଇ ହାତକୁ ପଛରୁ ବାନ୍ଧି ଫାଶୀ ଖୁଂଟ ପର୍ଯ୍ୟନ୍ତ ନେଇଯିବେ । ଏହା ପରେ ସେମାନଙ୍କୁ କାଠର ପିଣ୍ଡା ଉପରେ ଛିଡା କରାଯିବା ପରେ ସେମାନଙ୍କର ଗୋଡ ବାନ୍ଧି ଦିଆଯିବ । ମୁଣ୍ଡକୁ କଳା କପଡାରେ ଢାଙ୍କି ଦିଆଯିବ । ଚାରି ଜଣଙ୍କ ବେକରେ ଫାଶୀର ଦଉଡି ବନ୍ଧା ଯାଇ ଘାତକ ଲିଭର ଟାଣି ଦେବେ, ଏଥିରେ ଚାରି ଦୋଷୀଙ୍କ ମୃତ୍ୟୁ ଘଟିବ ।

ସୁନିଲ ଗୁପ୍ତାଙ୍କ ଅନୁଯାୟୀ ଫାଶୀ ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲା ଯାଇ ରଖାଯିବ । ଏହା ପରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରିବା ପରେ ମୃତ ଘୋଷଣା କରିବେ । ପୁଣି ସେମାନଙ୍କର ଶବକୁ ବ୍ୟବଚ୍ଛେଦ ଲାଗି ହସ୍ପିଟାଲର ଶବ ଗୃହକୁ ପଠାଇ ଦିଆଯିବ । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ । ଯଦି କେହି ଶବ ନେବାକୁ ମନା କରନ୍ତି ତେବେ ତାର ଅନ୍ତିମ ସଂସ୍କାର ତିହାର ଜେଲ୍ କର୍ତୃପକ୍ଷ ଦ୍ୱାରା କରାଯିବ । ଜେଲ୍ ପ୍ରଶାସନ ଦ୍ୱାରା ଚାରି ଦୋଷୀଙ୍କ ସାମଗ୍ରୀକୁ ସେମାନଙ୍କର ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରାଯିବ ।