ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦଘାଟିତ

ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦଘାଟିତ

ଓଡିଶା ଜିଲ୍ଲା ପୁରୀ

#ମାଇକ୍ରୋ_କମ୍ପୋଷ୍ଟ_ସେଣ୍ଟର_ଉଦଘାଟିତ     ପିପିଲି :  ( ବିଜୟ କୁମାର ମହାପାତ୍ର )ସ୍ୱଚ୍ଛ ଭାରତ ମିଶନର କଠିନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ସରକାରଙ୍କ ପକ୍ଷରୁ ପିପିଲି ଏନ୍ଏସିର ପିପିଲିଶାସନ ଠାରେ ୩୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରଥମ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ଆଜି ବିଧାୟକ ପ୍ରଦୀପ କୁମାର ମହାରଥୀ ଫିତା କାଟି ଉଦ୍ଘାଟନ କରିଛନ୍ତି । ଏଠାରେ ଦୈନିକ ୩ଟନ ବର୍ଜ୍ୟବସ୍ତୁକୁ ପ୍ରୋସେସିଂ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ପିପିଲି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, କନିଷ୍ଠ ଯନ୍ତ୍ରୀ ବିଭୂତି ତ୍ରିପାଠୀ, ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର ନୋଡାଲ ଅଫିସର କାଳୀପ୍ରସାଦ ମିଶ୍ର,ସାନିଟେସନ ସୁପରଭାଇଜର ବିଜୟ କୁମାର କୋଦାମସିଂ, ସାନିଟେସନ ଅଧିକାରୀ ଦିପ୍ତି ରଞ୍ଜନ ବେହେରା, ପୂର୍ବତନ ପୌରାଧ୍ୟକ୍ଷ ସେକ୍ ବାବୁ, ବରିଷ୍ଠ ନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଯୁବନେତା ପ୍ରକାଶ କୁମାର ଧଳ, ଶରତ ବେହେରା, ସାଗର ମାଝୀଙ୍କ ସମେତ ସମସ୍ତ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସାଥୀ ସୁପରଭାଇଜର ମାନେଉପସ୍ଥିତ ଥିଲେ ।