ଯାଜପୁର ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ

ଯାଜପୁର ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଯାଜପୁର_ଟେଲିକ୍ୟାସ_ବ୍ୟବସ୍ଥା_ଆରମ୍ଭ          ଯାଜପୁର    :   ( ବିଶ୍ବଜିତ ରଣା )     ଯାଜପୁରରେ ବ୍ୟାଙ୍କ ମାନଙ୍କ ଦ୍ୱାରା ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ ହୋଇଛି । ବ୍ୟାଙ୍କ ମାନଙ୍କରେ ଅସମ୍ଭବ ଭିଡ଼କୁ ରୋକିବା ପାଇଁ ଏହି ବ୍ୟବସ୍ଥା ବ୍ୟାଙ୍କ ମାନଙ୍କ ସହଯୋଗରେ ଆରମ୍ଭ ହୋଇଛି ଓ ଏହା ଦ୍ୱାରା ବ୍ୟାଙ୍କ ହିତାଧିକାୀମାନେ ସୁବିଧା ପାଇପାରିବେ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ବ୍ୟାଙ୍କମାନଙ୍କୁ ହିତାଧିକାରୀ ଆସିବା ଦ୍ୱାରା ପ୍ରବଳ ଭିଡ଼ ହେବା ସହ ସାମାଜିକ ଦୂରତା ବାଧାପ୍ରାପ୍ତ ହେଉଛି । ତେଣୁ ଏହି ଭିଡ଼ କମାଇବାକୁ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି, ଏକାକୀ ରହୁଥିବା ମହିଳା ହିତାଧିକାରୀଙ୍କୁ ସେମାନଙ୍କ ଗୃହରେ ବ୍ୟାଙ୍କ ତରଫରୁ ବ୍ୟାଙ୍କ ସେବା ଯୋଗାଇଦେବାକୁ ଶ୍ରୀ ଦାସ ପ୍ରସ୍ତାବ ଦେଇଥିଲେ ।

ଏ ସଂପର୍କରେ ଏକ ବୈଠକ ମଧ୍ୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲେ । ସମସ୍ତ ବ୍ୟାଙ୍କରସମାନେ ଏଥିରେ ସହଯୋଗ କରିବାକୁ ପ୍ରତିଶୃତି ଦେବା ସହ ଶନିବାର ଠାରୁ ଏହି ଟେଲିକ୍ୟାସ ମାଧ୍ୟମରେ ହିତାଧିକାରୀମାନେ ସୁବିଧା ପାଇବେ ବୋଲି କହିଥିଲେ । ଯେଉଁ ବ୍ୟାଙ୍କରେ ଯାହାର ଖାତା ରହିଛି ଓ ଉପରୋକ୍ତ ଶ୍ରେଣୀ ଅର୍ନ୍ତଗତ ହୋଇଛନ୍ତି ସେମାନେ ବ୍ୟାଙ୍କକୁ ଫୋନ କରି ଆବଶ୍ୟକୀୟ ସେବା ପାଇପାରିବେ ବୋଲି ବ୍ୟାଙ୍କ ପରିଚାଳକମାନେ ସୂଚନା ଦେଇଛନ୍ତି । ଏହା ଫଳରେ ଜନଗହଳି ମଧ୍ୟ କମିଯିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।