ବାଦାମବାଡ଼ି ବସଷ୍ଟାଣ୍ଡରେ ୫-ଟି ସଚିବ ଭି କେ ପାଣ୍ଡିଆନ୍

ବାଦାମବାଡ଼ି ବସଷ୍ଟାଣ୍ଡରେ ୫-ଟି ସଚିବ ଭି କେ ପାଣ୍ଡିଆନ୍

ଓଡିଶା କଟକ ଜିଲ୍ଲା ବଡ ଖବର

#ବାଦାମବାଡ଼ି_ବସଷ୍ଟାଣ୍ଡରେ_୫_ଟି_ସଚିବ      କଟକ: ପୁଣି କଟକରେ ୫-ଟି ସଚିବ ଭି କେ ପାଣ୍ଡିଆନ୍। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ । ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି । ରାଜ୍ୟର ଏହି ସବୁଠାରୁ ବଡ଼ ବସଷ୍ଟାଣ୍ଡରେ କ’ଣ କ’ଣ ସମସ୍ୟା ରହିଛି ସେ ନେଇ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ୍ । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରିଚାଳନା ଭଳି ସମସ୍ୟା ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଞ୍ଚଳକୁ ଉଠାଇ ନିଆଯିବ।

ବାଦାମବାଡ଼ି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଞ୍ଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି । ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନଙ୍କ ଏହି ଅନୁଧ୍ୟାନ ପରେ ବାଦାମବାଡ଼ି ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଆଶା କରାଯାଉଛି ।

କଟକର ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରାଯିବା  ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ତା’ଛଡ଼ା କଟକର ରିଙ୍ଗରୋଡକୁ ଛଅଥାକିଆ କରାଯିବାର ଶିଳାନ୍ୟାସ ବି ହୋଇଛି। ଏହାପରେ ବାଦାମବାଡ଼ି ବସଷ୍ଟାଣ୍ଡର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।