ଉତ୍ସୃଙ୍ଖଳ ଯୁବକଙ୍କ ଦୌରାତ୍ମ୍ୟ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ଉତ୍ସୃଙ୍ଖଳ ଯୁବକଙ୍କ ଦୌରାତ୍ମ୍ୟ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଉତ୍ସୃଙ୍ଖଳ_ଯୁବକଙ୍କ_ଦୌରାତ୍ମ୍ୟ_ବିଡିଓ,_ତହସିଲଦାରଙ୍କୁ_ଆକ୍ରମଣ              ଯାଜପୁର  :  ( ବିଶ୍ବଜିତ ରଣା )   ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଂଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ କରୋନା ସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସଂପର୍କରେ ରସୁଲପୁର ବ୍ଲକରେ ବିବିଧ ସ୍ଥାନକୁ ପରିଦର୍ଶନ କରିଥିଲେ । ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସହ ରସୁଲପୁର ବିଡିଓ, ତହସିଲଦାର ଓ କୁଆଖିଆ ଥାନା ଆଇ.ଆଇ.ସି ମନୋଜ କୁମାର ସ୍ୱାଇଁ ପ୍ରମୁଖ ପରିଦର୍ଶନରେ ଯାଇଥିଲେ ।

ତେବେ ଗୋପୀନାଥପୁର ଠାରେ ତିନିଜଣ ଅଜଣା ଯୁବକ ମଟର ସାଇକେଲରେ ଦ୍ରୁତ ଗତିରେ ବିନା ମାସ୍କରେ ଯାଉଥିବାବେଳେ ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟକାଇ ଥିଲେ ମଧ୍ୟ ସେମାନେ ନ ଅଟକି ଆହୁରି ତୀବ୍ର ଗତିରେ ଗାଁକୁ ପଶି ଯାଇଥିଲେ । ଉଭୟ ଅଧିକାରୀ ଗାଁକୁ ଯାଇ ସେମାନଙ୍କୁ ଅଟକାଇ ଗାଡି଼ରେ ବୁଲିବା ନିଷେଧ ଥିବାବେଳେ ବିନା ମାସ୍କରେ କାହିଁକି ଦ୍ରୁତ ଗତିରେ ବୁଲୁଛ ବୋଲି ତାଗିଦ କରି ଫାଇନ କାଟିବାକୁ କହିବାବେଳେ ପ୍ରାୟ ୫୦/୬୦ ବ୍ୟକ୍ତି ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ ସାମାନ୍ୟ ଆଗକୁ ଯାଇଥିବା ଜିଲ୍ଲାପାଳ ସେଠାକୁ ଫେରି ଘଟଣା ସଂପର୍କରେ ପଚାରିବା ବେଳେ ସେମାନେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୋଲିସ ତତ୍କ୍ଷଣାତ ପହଂଚି ଆକ୍ରମଣକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ ।

ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣ ରାଜନ ଖାଁ ପି. ଅବଦୁଲ କଲନ ଖାଁ, ପରବେଜ ଖାଁ ପି. ଅବଦୁଲ କଲନ ଖାଁ ଓ ସୋଫିଆନ ରାଜ ଖାଁ ପି. ଅବଦୁଲ ସଲାମଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା କରିଛନ୍ତି । ପରରାଉଚରା ସମୟରେ ସେମାନେ ନିଜାମୁଦ୍ଦିନ ଲିଙ୍କ୍ ଥିବା ବିଷୟରେ ଜାଣିବାକୁ ମିଳିଥିଲା । ତେବେ କରୋନାରେ ଭୟାବହତା ଜାଣିବା ସତ୍ୱେ, ସରକାର ସମସ୍ତଙ୍କୁ ମାସ୍କ ଲଗାଇବାକୁ ପରାମର୍ଶ ଦେବା ପରେ, ଅଯଥା ଗାଡି଼ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯିବା ପରେ ମଧ୍ୟ ଏଭଳି ବିଶୃଙ୍ଖଳତା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲ୍ଲାପାଳ ଶ୍ରୀଦାସ କହିଛନ୍ତି । ଘଟଣା ସଂପର୍କରେ ଖବର ପାଇ ଏସ୍.ପି ଚରଣ ସିଂ ମିନା ଘଟଣା ସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରି ଫ୍ଲାଗମାର୍ଚ୍ଚ କରାଇଛନ୍ତି ।