ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ଓଡିଶା ମହାନଗର

#ବରିଷ୍ଠ_ପ୍ରଶାସକ_ପ୍ରିୟବ୍ରତ_ପଟ୍ଟନାୟକଙ୍କ_ଅନ୍ତିମ_ସଂସ୍କାର        ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ୧୯୭୬ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମରଶରୀର ମୁମ୍ବାଇରୁ ଆସି ପହଞ୍ଚିଥିଲା ଏବଂ ଏହାପରେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ଭୁବନେଶ୍ବର କ୍ଲବରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାତି ପ୍ରାୟ ୮.୩୦ ବେଳକୁ ସତ୍ୟନଗର ଶ୍ମଶାନ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।

ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ଅନନ୍ତ ନାରାୟଣ ଜେନା,  ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ,  ଇଷ୍ଟର୍ଣ୍ଣ ମିଡ଼ିଆର ବରିଷ୍ଠ ଅଧିକାରୀ ମୋନିକା ନାୟର ପଟ୍ଟନାୟକ, ବରିଷ୍ଠ ଆଇଏଏସ୍ ଉପେନ୍ଦ୍ରନାଥ ବେହେରା, ଆଇଏଏସ୍ ବିଷ୍ଣୁପଦ ସେଠୀ, ବରିଷ୍ଠ ସାମ୍ବାଦିକ ଶ୍ରୀମୟ କର, ଗୃହ ସଚିବ ସଞ୍ଜୀବ ଚୋପ୍ରା, ଓସିଏ ସଭାପତି ସଞ୍ଜୟ ବେହେରା, ଧାମରା ପୋର୍ଟ ମୁଖ୍ୟ ସନ୍ତୋଷ ମହାପାତ୍ର, ଜ୍ୟୋତିମୋଟର୍ସ ସିଇଓ ଲୁଲିଆ ପଟ୍ଟନାୟକ ଓ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କିଛିଦିନ ଧର ଯକୃତ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଥିଲେ ଓ ୨୧ ତାରିଖରେ ତାଙ୍କର ପରେଲାକ ଘଟିଥିଲା । ଅବସର ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ପଦରେ ଅଧିଷ୍ଠିତ ହୋଇଥିଲେ ।