ପିପିଲିର ସାପ୍ତାହିକ ହାଟ ପଦା ପଡିଆରେ ଆରମ୍ଭ , ଲୋକ ମାନୁନାହାଁନ୍ତି ସାମାଜିକ ଦୁରତ୍ୱ

ପିପିଲିର ସାପ୍ତାହିକ ହାଟ ପଦା ପଡିଆରେ ଆରମ୍ଭ , ଲୋକ ମାନୁନାହାଁନ୍ତି ସାମାଜିକ ଦୁରତ୍ୱ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ
#ଲୋକ_ମାନୁନାହାଁନ୍ତି_ସାମାଜିକ_ଦୁରତ୍ୱ         ପିପିଲି : ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଚଞ୍ଳର ଅଧିନରେ ଥିବା ସାପ୍ତାହିକ ହାଟକୁ ମହାମାରୀ କୋରନା ଭାଇରସ ସଂକ୍ରମିତ ନହେବା ଓ ସାମାଜିକ ଦୁରତ୍ୱକୁ ଲକ୍ଷ୍ୟରଖି ଇନ୍ଦିରା ମଇଦାନ(ପଦାପଡିଆ)କୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ମୁତାବକ ପିପିଲି ପୈାରଞ୍ଚଳର ଅତିରିକ୍ତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନିଳକଣ୍ଠ ବେହେରା,ପିପିଲି ତହସିଲଦାର ସପନ କୁମାର ନନ୍ଦ,ଥାନା ଅଧିକାରୀ ଗୈାରଙ୍ଗ ଚରଣ ପୁଷ୍ଟି,ବିଧାୟକଙ୍କ ପ୍ରତିନଧି ଧରଣୀଧର ସାହୁ ,ବ୍ୟବସାୟୀ ସଂଘ ସଭାପତି ଧିରେନ୍ଦ୍ର ସାମନ୍ତରାୟ ଙ୍କ ସହିତ ପିପିଲି ହାଟ ବ୍ୟବସାୟୀ କର୍ମଚାରୀଙ୍କ ମିଳିତ ଆନୁକୁଲ୍ୟରେ ପିପିଲି ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦେଶରେ ମହାମାରୀ କୋରନା ଭାଇରସ ରୋଗ ଉଗ୍ର ରୁପଧାରଣ କରୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅଂଚଳକୁ ଲକ ଡାଉନ କରାଯିବା ସହ ୨୧ ଦିନ ଜନ ଗହଳୀ ନକରିବା ସହ ସାମାଜିକ ଦୁରତା ବଜାୟ ରଖିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି । ଏହି ଲକ ଡାଉନ ବ୍ୟବସ୍ଥା ଲାଗୁ ହୋଇଥିବା ରୁ ଜନ ଗହଳୀକୁ ଲକ୍ଷ୍ୟ ରଖି ପିପିଲି ପୈାରାଚଂଳ ଅଧିନରେ ଚାଲୁଥିବା ସାପ୍ତାହିକ ହାଟ ସୋମବାର ଓ ଶୁକ୍ରବାର କରିବା ସମ୍ଭବପର ନଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଏହି ବୈଠକରେ ସୂଚନା ଦେଇଥିଲେ ।
ସମସ୍ତ ଘଟଣାକୁ ଆଖି ଆଗରେ ରଖି ଇନ୍ଦିରା ମଇଦାନ (ପଦା ପଡିଆ)ଠାରେ  ପିପିଲିର ସାପ୍ତାହିକ ହାଟ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଏହି ପଡିଆଟି ବଡ ହୋଇଥିବାରୁ  ଲୋକଙ୍କ ଭିଡ ନହେବା ସହ ସାମାଜିକ ଦୁରତ୍ୱ ରକ୍ଷାକରିପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଘଟଣାରେ ପିପିଲି ବ୍ୟବସାୟୀ ମାନେ ରାଜି ହୋଇ ଶୁକ୍ରବାର ଦିନ ପ୍ରଥମକରି ପଦା ପଡିଆଠାରେ ସାପ୍ତାହିକ ହାଟ ଆରମ୍ଭ କରିଛନ୍ତି । ଏହି ହାଟକୁ ଲୋକମାନେ ରାସ୍ତା କଡରେ ବାଇକ ରଖି ଚାଲି କରି ଯାଉଥିବା ସହ ସାମାଜିକ ଦୁରତାକୁ ପ୍ରଧାନ୍ୟ ଦିଆଯାଇଛି ।  କିନ୍ତୁ  ଏସବୁ ନିୟମ ସତ୍ତ୍ବେ ଏଠାରେ ଜନ ଗହଳି ଲାଗିବା ସହ ଲୋକମାନେ ତାହା ମାନି ନଥିବା ପରିଲକ୍ଷିତ ହୋଇଥିଲା । ପରେ ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ପୁଷ୍ଟି,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଳକଣ୍ଠ ବେହେରା,ବିଧାୟକଙ୍କ ପ୍ରତିନିଧି ଧରଣଣୀଧର ସାହୁ ,ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ,ବ୍ୟବସାୟୀ ସଂଘ ସଭାପତି ଧିରେନ୍ଦ୍ର ସାମନ୍ତାରାୟ,ପିପୁଲ ଫର ସେବା ପକ୍ଷରୁ  କରୋନା ଭାଇରସ ସଂକ୍ରମିତ ରୋଗ ବ୍ୟାପୁଥିବାରୁ ଜନ ଗହଳି ନକରିବା ସହ ସାମାଜିକ ଦୁରତା ରଖିବା ପାଇଁ ହାଟ ମଧ୍ୟରେ ସମସ୍ତ ଉପସ୍ଥିତ ଜନତାଙ୍କୁ ପରାମର୍ଶ ଦେଇଥିଲେ । ଭିଡ ନକରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଥିବା ବେଳେ ଏନଏସି ପକ୍ଷରୁ ହାଟ ମଧ୍ୟରେ ବ୍ଲିଂଚି କରାଯିବା ସହ ଦୋକାନୀଙ୍କ ଆଗରେ ଚୁନ ଦ୍ୱାରା ବ୍ୟବସାୟୀ ଓ ଗ୍ରାହକ ଦୁରତା ମାର୍କ ଦିଆଯିବା ସହ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।